ଅକ୍ଷୟ ତୃତୀୟାରେ ମିଳିବ ‘କାଳିଆ’ର ତୃତୀୟ କିସ୍ତି  

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୁକ୍ରବାର ଅକ୍ଷୟ ତୃତୀୟା ଓ କୃଷକ ଦିବସ । ଏହି ପବିତ୍ର ଦିନରେ ରାଜ୍ୟରେ କାଳିଆ ଯୋଜନାରେ ପଞ୍ଜିକୃତ କୃଷକମାନେ ପାଇବେ କାଳିଆ ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତୃତୀୟ କିସ୍ତି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଗତ ୨୧ ଫେବୃଆରୀରେ ସରକାର ରାଜ୍ୟରେ ୫୩ ଲକ୍ଷ ଚାଷୀଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କା ଦେଇଥିଲେ। ପୁଣି ୧ ଏପ୍ରିଲରେ ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୦୦ କୋଟି ଟଙ୍କା ପଇଠ ହୋଇଥିଲା। ଶୁକ୍ରବାର ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ କିସ୍ତି ବାବଦକୁ ପ୍ରାୟ ୭୦୦ କୋଟି ଦେବେ ବୋଲି ଜଣାପଡ଼ିଛି। ଫଳରେ ଦ୍ୱିତୀୟ କିସ୍ତିବେଳେ ଯେତେ ହିତାଧିକାରୀ କାଳିଆ ଟଙ୍କା ପାଇଥିଲେ ସେତିକି ଲୋକ ଅର୍ଥାତ ୩୪ ଲକ୍ଷ ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି। ଶୁକ୍ରବାର ଅପରାହ୍ନ ୫ଟାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ। କୋଭିଡ ଦୁଃଖ ସମୟରେ କୃଷକ ଭାଇ ଭଉଣୀମାନେ ନାନା ଆର୍ôଥକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାଳିଆ ଟଙ୍କା ପାଇ ସେମାନେ ଚାଷ କାର୍ଯ୍ୟରେ ବିନିଯୋଗ କରିପାରିବେ ବୋଲି ରାଜ୍ୟ ସରକାର ହୃଦବୋଧ କରି ତାହା ଘୋଷଣା କରିଛନ୍ତି।