ରାଜପଥରେ ପ୍ରଦର୍ଶିତ ହେଲା କଳାହାଣ୍ଡିର ଲୋକ ନୃତ୍ୟ ‘ବଜଶାଲ’

ନୂଆଦିଲ୍ଲୀ/ଭୁବନେଶ୍ୱର,ଏଜେନ୍ସି: ରାଜଧାନୀ ଦିଲ୍ଲୀର ରାଜପଥରେ ଆଜି ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି।ଏହି ଅବସରରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଲୋକ ନୃତ୍ୟ ‘ବଜଶାଲ’ର ପ୍ରଦର୍ଶନ କରାଯାଇଛି। ଏହି ନୃତ୍ୟରେ ପୁରୁଷ ଓ ମହିଳାମାନେ ମିଶି ନାଚିଥିଲେ। ଏହି ନୃତ୍ୟ ସମୟରେ କୌଣସି ଗୀତ ଗାନ କରାଯାଇନଥିଲା।

ଦଳରେ ୮୦ ଜଣ ସଦସ୍ୟ ଥିଲେ। ସେଥିରେ ୫୨ ଜଣ ପୁରୁଷ ଓ ୨୮ ଜଣ ମହିଳା ଥିଲେ। ଏଥିରେ ପଞ୍ଚବାଦ୍ୟର ବ୍ୟବହାର ହୋଇଥିଲା। ଯେଉଁଥିରେ ନିଶନ, ଢ଼ୋଲ, ତସା, ମହୁରୀ ଓ ଝାଞ୍ଜ ରହିଛି।