୨୫ତାରିଖରେ କଳାହାଣ୍ଡି ବନ୍ଦ ପାଇଁ ମାଓବାଦୀଙ୍କ ଅଡିଓ ଟେପ ଜାରି

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡିରେ ଆସନ୍ତା ୨୫ ତାରିଖରେ ମାଓବାଦୀଙ୍କ ଵନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ମାଓବାଦୀ ସଂଗଠନର ବଂଶଧାରା- ଘୁମୁସର ଡିଭିଜନ କମିଟି ସମ୍ପାଦିକା ମିତା ଏହି ଡାକରା ଦେଇଛନ୍ତି। ଏକ ଅଡିଓ ଟେପ୍ ଜାରି କରି ଵନ୍ଦରେ ସମସ୍ତେ ସାମିଲ ହେବାକୁ ନିବେଦନ କରିଛନ୍ତି।

ରାୟଗଡା, କନ୍ଧମାଳ, କଳାହାଣ୍ଡି ସମେତ ଛତିଶଗଡ଼ ରାଜ୍ୟର କିଛି ଅଞ୍ଚଳରେ ଏହି ବନ୍ଦ ଡାକରା ଦିଆଯାଇଛି। ସରକାରଙ୍କ ଦମନ ପ୍ରତିବାଦରେ ଵନ୍ଦ ଡାକରା ଦିଆଯାଇଥିବା ମିତା ସୂଚନା ଦେଇଛନ୍ତି।