୯ ଜିଲ୍ଲାକୁ କାଳବୈଶାଖୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଥିବା ବର୍ଷା ଥମିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ପାଣିପାଗ ବଦଳିବ। ବିଶେଷ କରି ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାରଦ ୪ ଡିଗ୍ରୀ ଯାଏଁ ବଢ଼ିବ। ପରେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପାରଦ ବଢ଼ିବ। ଦିନର ସର୍ବାଧିକ ତାପାମତ୍ରା ୩୮ରୁ ୪୦ ଡିଗ୍ରୀ ଯାଏ ରହିବ ବୋଲି ଗୁରୁବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି। ମିଳିଥିବା ସୂଚନା ମୂତାବକ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାତ୍ର ୯ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା ଥିବାବେଳେ ବିଭିନ୍ନ ଜିଲ୍ଲାକୁ ହାଲୁକା ତଥା ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ହେଲେ ଏହି ମଧ୍ୟରେ ଉତ୍ତର ଓଡ଼ିଶାରେ ପାରଦ ଉପରମୁହାଁ ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଯପୁର, ଢ଼େଙ୍କାନାଳ ପ୍ରମୁଖ ଜିଲ୍ଲାରେ ତାତି ବଢ଼ିବ ବୋଲି ପାଣିପା ଗକେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି।