ସୋସିଆଲ୍ ମିଡିଆରେ ହୃଦୟ ଜିତିଲା କବୀର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ୩ ବର୍ଷର ଶିଶୁ ଲୋକଙ୍କ ହୃଦୟ ଜିତିଥିଲା। ମଙ୍ଗଳବାର ସକାଳେ କବୀର ନାମକ ଜଣେ ଶିଶୁ ମୁମ୍ବାଇ ପୋଲିସର ମୁଖ୍ୟାଳୟରେ ପହଞ୍ଚି ସେଠାରେ ପୋଲିସକୁ ୫୦,୦୦୦ ଟଙ୍କା ଚେକ୍ ଦେଇଥିଲେ। କବୀର ନାମକ ଜଣେ ଶିଶୁ କପ୍ କେକ୍ ବିକ୍ରୀ କରି ଏହି ଟଙ୍କା ଅର୍ଜନ କରିଥିଲେ। କେବଳ ମୁମ୍ବାଇ ପୋଲିସ ନୁହେଁ, ଯିଏ ସୋସିଆଲ ମିଡିଆରେ ଏହା ଶୁଣିଥିଲେ, ସମସ୍ତେ ଶିଶୁର ଏହି ପଦକ୍ଷେପକୁ ପ୍ରଶଂସା କରି ରହି ପାରି ନଥିଲେ। ସୋସିଆଲ ମିଡିଆରେ ଶିଶୁର କାହାଣୀ ସାମ୍ନାକୁ ଆସିବା ପରେ ଏବେ ଅନେକ ଲୋକ ତାଙ୍କୁ ପ୍ରଶଂସା କରୁଛନ୍ତି।

ମୁମ୍ବାଇ ପୋଲିସର କହିବା ଅନୁଯାୟୀ, “କବୀରଙ୍କ ଉଦ୍ଦେଶ୍ୟ ଥିଲା୧୦, ୦୦୦ ଟଙ୍କା ରୋଜଗାର କରିବା । ଏଥିପାଇଁ ଶିଶୁ ଘରେ କପ କେକ୍ ତିଆରି କରିଥିଲେ। ତଥାପି ଏହି କପ୍ କେକ୍ ତିଆରି କରି ଟାର୍ଗେଟ ଠାରୁ ଅଧିକ ଟଙ୍କା ରୋଜଗାର କରିଥିଲେ । ମଙ୍ଗଳବାର ସକାଳେ ସେ ତାଙ୍କ ପିତାମାତା କରିସ୍ମା ଏବଂ କେଶବଙ୍କ ସହ ମୁମ୍ବାଇ ପୋଲିସର ମୁଖ୍ୟାଳୟରେ ପହଞ୍ଚି ପୋଲିସ କମିଶନର ପରମ ବିର ସିଂଙ୍କୁ ୫୦,୦୦୦ ଟଙ୍କା ଚେକ୍ ପ୍ରଦାନ କରିଥିଲେ। ଏହି ଭିଡିଓକୁ ନିଜ ଟ୍ୱିଟରରେ ସେୟାର କରି ମୁମ୍ବାଇ ପୋଲିସ ଲେଖିଥିଲେ ଯେ, ଏହି ୩ ବର୍ଷର ଶିଶୁ ମୁମ୍ବାଇ ପୋଲିସ ପାଇଁ ଏକ ବଡ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। କବୀର ତାଙ୍କ ରୋଜଗାର ସହିତ ମୁମ୍ବାଇ ପୋଲିସ ଫାଉଣ୍ଡେସନରେ ଅମୂଲ୍ୟ ଅବଦାନ ରଖିଛନ୍ତି। ”