ଆଇଆଇଟିରେ ପହଞ୍ଚିଲେ କେ ଶିବନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଚେୟାରମ୍ୟାନ କେ ଶିବନ୍ ଆଜି ଭୁବନେଶ୍ୱର ଆଇଆଇଟିରେ ପହଞ୍ଚିଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କୁ ଛାତ୍ରଛାତ୍ରୀମାନେ ସ୍ୱାଗତ କରିବା ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା ।


ସେ ଚନ୍ଦ୍ରଯାନ-୨ ମିଶନ ପରେ ପ୍ରଥମ ଥର ପାଇଁ କେ ଶିବନ୍ ଓଡ଼ିଶା ଆସିଛନ୍ତି ।
ଏହି ପରିପ୍ରେକ୍ଷୀରେ ତାଙ୍କର ଅଭିଜ୍ଞତା ଓ କିଛି ମହତ୍ୱପୂର୍ଣ୍ଣ କଥା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସେହିପରି ଏହି ଅବସରରେ ୩୨ ଜଣଙ୍କୁ ପିଏଚଡି, ୬୭ ଜଣଙ୍କୁ ଏମ୍ଏସସି, ୧୫ ଜଣଙ୍କୁ ଏମଟେକ୍ ଏବଂ ୧୫୨ ଜଣଙ୍କୁ ବିଏକ ଡିଗ୍ରୀ ପ୍ରଦାନ କରାଯିବ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଆର ରାଜକୁମାର ।

ଏହି ପରିପ୍ରେକ୍ଷୀରେ ଆସନ୍ତା ବର୍ଷ ଶେଷ ସୁଦ୍ଧା କେ ଶିବନ୍ ଗଗନାୟନର ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ସେହିପରି ଚନ୍ଦ୍ରଯାନ ୨ରେ ୯୮ପ୍ରତିଶତ ସଫଳତା ମିଳିଥିବା ବେଳେ ଲ୍ୟାଣ୍ଡର ବିକ୍ରମରେକେଉଁଠାରେ ତ୍ରୁଟି ରହିଲା ତା’ର ଅନୁସନ୍ଧାନ ଚାଲିଛି ଓ ବିକ୍ରମର ସନ୍ଧାନ ମିଳବା ପରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।