ଶନିବାର ଓଡ଼ିଶା ଆସୁଛନ୍ତି ଇସ୍ରୋ ମୁଖ୍ୟ କେ. ଶିବନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶନିବାର ଓଡ଼ିଶା ଆସୁଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ୍। ଜଟଣୀ ଅରୁଗୁଳ ସ୍ଥିତ ଆଇଆଇଟି ଭୁବନେଶ୍ୱର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଜଣେ ବିଦ୍ୟାର୍ଥୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ ଓ ଦୁଇଜଣ ବିଦ୍ୟାର୍ଥୀଙ୍କୁ ଆଇଆଇଟି ନିର୍ଦ୍ଦଶକ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ। ଏଥିସହ ୩୨ ଜଣଙ୍କୁ ପିଏଚଡି, ୧୦୫ ଜଣଙ୍କୁ ଏମଟେକ, ୬୭ ଜଣଙ୍କୁ ଏମଏସସି ସମ୍ମାନ ପ୍ରଦାନ କରିବା ସହ ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି।