କେ-୪ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ଉପକୂଳରୁ ଶୁକ୍ରବାର ଭାରତ କେ-୪ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଡିଆରଡିଓ ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ରର ଏହା ଗୋଟିଏ ସପ୍ତାହରେ ୨ୟ ସଫଳ ପରୀକ୍ଷଣ । ୩୫୦୦ କିଲୋମିଟର ଦୂର ଲକ୍ଷ୍ୟଭେଦ କରିପାରୁଥିବା ପରମାଣୁ କ୍ଷମତା ସଂପନ୍ନ ଏହି କେ-୪ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରକୁ ଏକ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇଥିଲା । ବିଶାଖାପଟନମ୍‍ଠାରୁ ସମୁଦ୍ରରୁ ୩୦ କିଲୋମିଟର ନଟିକାଲ୍‍ ମାଇଲ୍‍ ଦୂରରେ ଏହାର ପରୀକ୍ଷଣ କରାଯାଇଛି ।