ଶପଥ ନେଲେ ହାଇକୋର୍ଟ ବିଚାରପତି ସଞ୍ଜୀବ ପାଣିଗ୍ରାହୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଜଷ୍ଟିସ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇଥିଲେ । ହାଇକୋର୍ଟର ପୁରୁଣା କୋଠାରେ ରହିଥିବା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବର୍ତମାନ ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୪ରେ ପହଂଚିଛି ।

ଏହି ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ବିଚାର ବିଭାଗୀୟ ଅଧିକାରୀଙ୍କ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆଇନ ବିଭାଗ ସଚିବ ଶଶିକାନ୍ତ ମିଶ୍ର, ସ୍ୱତନ୍ତ୍ର ଡିଜି (ଗୁଇନ୍ଦା) ସତ୍ୟଜିତ ମହାନ୍ତି, କ୍ରାଇମବ୍ରାଂଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ,ଏନଏଲୟୁ କୁଳପତି ଶ୍ରୀକୃଷ୍ଣ ଦୋରାଓ, ଜିଲାପାଳ ଭବାନୀ ଶଙ୍କର ଚଇନି, ଡିସିପି ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।