ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିି ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ରଫିକ୍। ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଲୋକସେବା ଭବନରେ ସ୍ୱତନ୍ତ୍ର ଉତ୍ସବରେ ସେ ଶପଥ ନେଇଛନ୍ତି। ଉତ୍ସବରେ ମୁଖ୍ୟ ସଚିବ, ବିରୋଧର ଦଳ ନେତା ଉପସ୍ଥିତ ଥିଲେ। ମେଘାଳୟ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ ରଫିକ୍ଙ୍କ ବଦଳି ହୋଇଛି। ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ୍. ଝାଭେରୀଙ୍କ ଅବସର ପରେ ଜଷ୍ଟିସ ସଞ୍ଜୁ ପଣ୍ଡା ଜାନୁଆରୀ ୫ ତାରିଖରୁ ଓଡ଼ିଶା ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି।
ଜଷ୍ଟିସ ରଫିକ୍ ୧୯୮୪ ମସିହାରେ ରାଜସ୍ଥାନ ବାରରେ ଓକିଲ ଭାବରେ ଅଭ୍ୟାସ ଆରମ୍ଭ କରିଥିଲେ। ୨୦୦୬ ମସିହା ମେ’ ୧୫ ତାରିଖରେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବରେ ତାଙ୍କୁ ମିଳିଥିଲା ନିଯୁକ୍ତି। ଏହାସହ ରାଜସ୍ଥାନ ହାଇକୋର୍ଟରେ ଦୁଇ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇଥିଲେ। ୨୦୧୯ ନଭେମ୍ବର ୧୩ ତାରିଖରେ ମେଘାଳୟ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।