ସୁପ୍ରମକୋର୍ଟର ପରବର୍ତ୍ତୀ ବିଚାରପତି ହେବେ ବୋବଡେ

ନୂଆଦିଲ୍ଲୀ,ଏଜେନ୍ସି: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅବସର ପରେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ । ଏ ନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ କେନ୍ଦ୍ରକୁ ଏକ ଚିଠି ଲେଖିଛନ୍ତି । ତେବେ ଅବସରଗ୍ରହଣ କରିବା ନିୟମ ଅନୁଯାୟୀ ପୂର୍ବରୁ ଦେଶର ପ୍ରଧାନ ବିଚାରପତି ମାନେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବେ ତାଙ୍କ ନାମ ସୁପାରିସ କରିଥାନ୍ତି । ସେ ଯିବା ପରେ ତାଙ୍କ ସ୍ଥାନରେ ସେ କାହାକୁ ଦେଖିବାକୁ ଚାହାନ୍ତି, ଏହା ସେମାନେ କେନ୍ଦ୍ରକୁ ଚିଠି ଲେଖି ଜଣାଇଥାନ୍ତି ।

ସୁପ୍ରିମକୋର୍ଟରେ ଜଷ୍ଟିସ ରଞ୍ଜନ ଗୋଗଇଙ୍କ ପରେ ଏସ୍‌ଏ ବୋବଡେ ଦ୍ୱିତୀୟ ବରିଷ୍ଠତମ ବିଚାରପତି ଭାବେ କାମ କାରୁଛନ୍ତି । ଜଷ୍ଟିସ ଗୋଗଇଙ୍କ ଅବସର ପରେ ତାଙ୍କ ସ୍ଥାନରେ ବୋବଡେଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯିବା ନେଇ ସ୍ପଷ୍ଟ ହୋଇଛି । ସୂଚନା ମୁତାବକ, ଅକ୍ଟୋବର ୩,୨୦୧୮ରେ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିଥିଲେ ରଞ୍ଜନ ଗୋଗଇ । ଆସନ୍ତା ନଭେମ୍ବର ୧୭ରେ ସେ ଅବସର ନେବାକୁ ଥିବା ବେଳେ ନିୟମ ଅନୁଯାୟୀ ନଭେମ୍ବର ୧୮ରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଏସ୍‌ଏ ବବ୍‌ଡେ ।