ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ

କଟକ,ଏନ୍ଏନ୍ଏସ୍: ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ ଖବର ପାଇ କଟକ ଖାନନଗର ଶ୍ମଶାନରେ ଅନ୍ତିମ ସଂସ୍କାରରେ ଯୋଗଦେବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲି। ଜଷ୍ଟିସ୍ ମହାପାତ୍ର ବିଶିଷ୍ଟ ଆଇନଜୀବି ଭାବରେ ନିଜର କାର୍ଯ୍ୟ ଆରମ୍ଭ କରି ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ଆସନ ଅଳଙ୍କୃତ କରିଥିଲେ ଓ ପରେ ପରେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦ୍ୱାୟିତ୍ୱ ଗ୍ରହଣ କରିଥିଲେ। ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ତାଙ୍କର ଦାୟିତ୍ୱ ନିର୍ବାହ କରି ଜଣେ ଦକ୍ଷ ଆଇନଜୀବୀ ଭୂମିକାରେ ଅବସର ନେଇଥିଲେ।

ଓଡ଼ିଶା ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ଭାବରେ ସେ ବେସ୍ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ତାଙ୍କଭଳି ଜଣେ ବିଶିଷ୍ଟ ବିଚାରପତିଙ୍କ ବିୟୋଗରେ ଓଡ଼ିଶାରେ ଏକ ଶୂନ୍ୟସ୍ଥାନ ସୃଷ୍ଟିହୋଇଛି।