ଜାନୁଆରୀରେ ଆସିବ ଜୁନିୟର କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଓ ବଲିିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପିତାମାତା ହେବାକୁ ଯାଉଛନ୍ତି। ଉଭୟ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି। ଏଥିସହିତ ଜାନୁଆରୀରେ ଜୁନିୟର କୋହଲି ଜନ୍ମଗ୍ରହଣ କରିବ ବୋଲି ମଧ୍ୟ ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିରାଟ କୋହଲି ଏବେ ମୁମ୍ବାଇରେ ଅନୁଷ୍କାଙ୍କ ସହ ନାହାନ୍ତି। ଆଇପିଏଲର ୧୩ତମ ସଂସ୍କରଣରେ ଅଂଶଗ୍ରହଣ କରିବା ପାଇଁ ଦୁବାଇରେ ଅଛନ୍ତି। ଏହି ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଟିମ୍ ବି ଅଧିନାୟକ କୋହଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କ୍ରିକେଟ ଓ ବଲିିଉଡ଼ର ଅନେକ ହସ୍ତୀ ମଧ୍ୟ ବିରୁଷ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିରାଟଙ୍କ ଟ୍ୱିଟ ଅଳ୍ପ ସମୟ ମଧ୍ୟରେ ଟ୍ୱିଟରରେ ଭାଇରାଲ ହେବାସହ ‘ବିରୁଷ୍କା’ ଟ୍ରେଣ୍ଡ କରିବାରେ ଲାଗିଛି।