ନନ୍ଦନକାନନରେ ହାତୀ ‘ଚନ୍ଦନ’ର ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନନ୍ଦନକାନରେ ଦୀର୍ଘ ଦିନ ଧରି ରହିଥିବା ୧୦ ବର୍ଷୀୟ ହାତୀ ‘ଚନ୍ଦନ’ର ରବିବାର ମୃତ୍ୟୁ ଘଟିଛି।
ନନ୍ଦନକାନନର ଅଧିକାରୀଙ୍କ କହିବା ଅନୁସାରେ ସେପ୍ଟେମ୍ବର ୧୩ ତାରିଖରେ ଚନ୍ଦନ ବିମାରରେ ପଡ଼ିଥିଲା। ଏଥିରେ ତା’ ଚେହେରାରେ ଶୁଖି ଯାଇଥିବାବେଳେ ନାକ ଓ ତଣ୍ଟିରେ ଭୀଷଣ ଯନ୍ତ୍ରଣା ହେଉଥିଲା। କେନ୍ଦ୍ର ବନ୍ୟଜନ୍ତୁ ଚିକିତ୍ସକ, ଓୟୁଏଟି ଭୁବନେଶ୍ୱରର ଅଧିକାରୀଙ୍କ କହିବା ଅନୁସାରେ ନନ୍ଦନକାନନର ପଶୁଚିକିତ୍ସକ ଚନ୍ଦନର ଚିକିତ୍ସା କରିଥିଲେ।
ତେବେ ଆଜି ଭୋରରେ ‘ଚନ୍ଦନ’ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ସହ ତା’ର ମୃତ୍ୟୁ ହୋଇଛି। ହରପସ୍ ଭାଇରସରେ ଆକ୍ରାନ୍ତ ହୋଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ପରେ ପ୍ରକୃତ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ ଅଧିକାରୀ ସୂଚନା ଦେଇଛନ୍ତି।