ହଜିଲା ଜୁହିଙ୍କ ହୀରା ଝୁମକା: ଲୋଡ଼ିଲେ ଲୋକଙ୍କ ସାହାଯ୍ୟ

ମୁମ୍ବାଇ: ସୁପ୍ରିସିଦ୍ଧ ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କ ସହ ଏମିତି କିଛି ଘଟିଛି ଯେଉଁଥିପାଇଁ ତାଙ୍କୁ ଲୋକଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିଛି। ଆଜ୍ଞା ହଁ, ମୁମ୍ବାଇ ଏୟାରପୋର୍ଟରେ ଜୁହିଙ୍କ ହୀରା ଝୁମୁକା ହଜିଯାଇଛି। ଝୁମୁକା ହଜିବା କଥା ନିଜେ ଜୁହି ସୋସିଆଲ ମିଡିଆରେ ସେୟାର କରିବା ସହ ଖୋଜିକି ପାଇବା ଲୋକଙ୍କୁ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଜୁହିଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେଉଛି।
ଜୁହି ତାଙ୍କ ପୋଷ୍ଟରେ ଗୋଟିଏ ହଳ ଝୁମୁକାର ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ମୁଁ ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟର ଗେଟ୍ ନମ୍ବର ୮ରେ ଯାଇଥିଲି। ଏମିରେଟ୍ସ କାଉଣ୍ଟର ଓ ସିକ୍ୟୁରିଟି ଚେକ୍ କରିବା ମଧ୍ୟରେ ମୋ ଝୁମକା ହଜିଗଲା। କେହି ମୋର ସାହଯ୍ୟ କଲେ ମୁଁ ଖୁବ୍ ଖୁସି ଅନୁଭବ କରିବି। ଯଦି କେହି ବି ମୋ ଝୁମକା ପାଆନ୍ତି ତେବେ ତୁରନ୍ତ ପୁଲିସକୁ ସୂଚନା ଦିଅନ୍ତୁ। ଏହି ଝୁମକାକୁ ମୁଁ ଦୀର୍ଘ ୧୫ ବର୍ଷ ହେବ ପିନ୍ଧୁଛି। ଦୟାକରି ଖୋଜିବାରେ ସାହାଯ୍ୟ କରନ୍ତୁ।’