ଜେଏସପିଏଲ୍ ଟିଆରବି ମାଇନ୍ସକୁ ‘ଟିପିଏମ୍ କନ୍ସିଷ୍ଟେନ୍ସି’ ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପିଏଲ)ର ଟିଆରବି ମାଇନ୍ସ ଦ୍ୱିତୀୟ ଥର ପାଇଁ ଟୋକିଓସ୍ଥିତ ଜପାନ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଣ୍ଟ ମେଣ୍ଟେନାନ୍ସ(ଜେଆଇପିଏମ୍) ଦ୍ୱାରା ଟିପିଏମ୍ ଏକ୍ସଲେନ୍ସି ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ସୁସଂଗତ ଏବଂ ଏକନିଷ୍ଠ ଭାବେ ଟିପିଏମ୍ ପଦ୍ଧତିର ଉପଯୋଗ ପାଇଁ ଏହି ଖଣିକୁ ପୁରସ୍କୃତ କରାଯାଉଥିବା ବେଳେ ଆସନ୍ତା ମାର୍ଚ୍ଚ ମାସରେ ଜପାନାର କ୍ୟୋଟା ସହରରେ କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ଜେଆଇପିଏମ୍ ପକ୍ଷରୁ ଟିଆର୍ବି ମାଇନ୍ସରେ ଉପଯୋଗ ହେଉଥିବା ଟିପିଏମ୍ ପଦ୍ଧତିର ସମୀକ୍ଷା କରାଯାଇଥିଲା ବେଳେ ଜେଏସ୍ପିଏଲ୍କୁ ମନୋନୀତ କରାଯାଇଥିଲା। ଭାରତର ପ୍ରଥମ ଖଣି ଭାବେ ଏହି କ୍ଷେତ୍ରରେ ଟିଆର୍ବି ମାଇନ୍ସକୁ ୨୦୧୭ରେ ଟିପିଏମ୍ ଏକ୍ସଲେନ୍ସି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜେଏସପିଏଲ ତା’ର ସମସ୍ତ ୟୁନିଟରେ ସର୍ବୋଚ୍ଚ ପଦ୍ଧତି ଅନୁସରଣ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏହାର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି।