ଜେଏସପିଏଲର ଟିଆରବି ଖଣିକୁ ମାଇନିଂ ଇନୋଭେସନ୍ ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୁନ୍ଦରଗଡ ଜିଲ୍ଲାର ଟେନସା ଠାରେ ଥିବା ଜିନ୍ଦଲ ଷ୍ଟଲ୍ ଏଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ୍)ର ଟିଆରବି ଆଇରନ୍ ଓର୍ ଖଣିକୁ ଖଣିକୁ ମାଇନିଂ ଇନୋଭେସନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରତିକୁଳ ପରିବେଶରେ ଅଭିନବୀକରଣ ପଦକ୍ଷେପ ନେଇ ସଫଳତାର ସହ ଖଣି କାର୍ଯ୍ୟ ସଂପାଦିତ କରୁଥିବାରୁ, ଇଣ୍ଡିଆନ୍ ମାଇନିଂ ଆଣ୍ଡ ଇଂଜିନିୟରିଂ ଜର୍ଣ୍ଣାଲ୍ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜେଏସପିଏଲ୍ ପକ୍ଷରୁ ଏହାର ଉପସଭାପତି ପ୍ରମୋଦ କୁମାର ପାତ୍ର କର୍ଣ୍ଣାଟକରେ ଆୟୋଜିତ ଏକ ଜାତୀୟ ସେମିନାରରେ ଏହି ପୁରସ୍କାର ଗ୍ରହଣ କରିଥଲେ।

ଶ୍ରୀ ପାତ୍ର କହିଥିଲେ ଯେ, ଖଣି କ୍ଷେତ୍ରରେ ସର୍ବଦା କିଛି ନୂଆ କାମ କରିବା ପାଇଁ ସୁଯୋଗ ଥାଏ । କିନ୍ତୁ ପରିବେଶ ସନ୍ତୁଳନ କରି ଏଗୁଡିକୁ କାଯ୍ୟକାରୀ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଜେଏସପିଏଲରେ ଆମେ ସମସ୍ତେ ଉଚ୍ଚ ଗୁଣବତ୍ତା ଓ ସୁରକ୍ଷା ପ୍ରତି ଧ୍ୟାନ ଦେଇ ଖଣିରେ ଏହି କାର୍ଯ୍ୟ ସମ୍ପାଦନ କରିଥାଉ।

ମାଇନିଂ ଏଣ୍ଡ ପ୍ରୋସେସିଙ୍ଗ୍ ଅଫ୍ ମାଟେରିଆଲ୍ସ ଫର ଷ୍ଟିଲ୍, ସିମେଣ୍ଟ ଏଣ୍ଡ ପାୱାର ନାମକ ଏହି ଦୁଇ ଦିନିଆ ସେମିନାରରେ ଦେଶବ୍ୟାପୀ ୩୦ଟି ଅନୁଷ୍ଠାନରୁ ପ୍ରାୟ ୧୫୦ ଜଣ ଅଂଶଗ୍ରହଣ କରିଥିଲେ । ଏହି ପୁରସ୍କାର ପାଇଁ ଟେନ୍ସାରେ ସମସ୍ତ କର୍ମଚାରୀମାନଙ୍କୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭି. ଆର. ଶର୍ମା ଅଭିନନ୍ଦନ ଜଣାଇଥିଲେ।