ଦୁଇ ଦିନିଆ ଗୋଆ ଗସ୍ତ କରିବେ ନଡ୍ଡା

ନୂଆଦିଲ୍ଲୀ,ଏଜେନ୍ସି: ୨୦୨୨ରେ ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ବିଜେପି ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତାକାଲି(ଶୁକ୍ରବାର)ଠୁ ଦୁଇ ଦିନିଆ ଗୋଆ ଗସ୍ତ କରିବେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

ପୂର୍ବରୁ ଜୁଲାଇ ୧୨ରେ ଗୋଆ ଗସ୍ତ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା ମାତ୍ର ତାହା ସ୍ଥଗିତ ରହିଥିଲା। ଗତକାଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଐତିହାସିକ ଅଗୁଡା ଜେଲ ଉଦଘାଟନ, ଆତ୍ମନିର୍ଭର ସମ୍ପୂର୍ଣ୍ଣା କାର୍ଯ୍ୟକ୍ରମରେ ଗୋଆ ପଞ୍ଚାୟତର ଲୋକଙ୍କୁ ସମ୍ବୋଧନ ପାଇଁ ପ୍ରମୋଦ ସାୱନ୍ତ ପ୍ରଧାମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ନେଇ ବିବୃତ୍ତିରୁ ସୂଚନା ମିଳିଛି। ଏହା ସହିତ ଗୋଆରେ କରୋନା ସ୍ଥିତି ଓ ତୃତୀୟ ଲହରର ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

ଗୋଆରେ ୪୦ଟି ଆସନରୁ ୨୮ଟି ଆସନ ବିଜେପିର ରହିଛି। ରାଜ୍ୟରେ କଂଗ୍ରେସ ନେତୃତ୍ୱ ନେଇ ପାରିବ ନାହିଁ। ସେମାନେ ଭାବୁଛନ୍ତି ରାଜ୍ୟରେ ସେମାନେ ଖାତା ଖୋଲିବେ। ସେମାନେ ଲୋକଙ୍କୁ ଜହ୍ନ ତାରା କିଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ହେଲେ ଗୋଆ ଲୋକ ବହୁତ ବୁଦ୍ଧିମାନ। ସେମାନେ ଜାଣିଛନ୍ତି ସତ କ’ଣ। ଏହି କଥାକୁ ଗୋଆ ଲୋକ ଗୁରୁତର ଭାବେ ନେଉନାହାନ୍ତି ବୋଲି କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ପ୍ରକାଶ ଥାଉକି ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଗୋଆରେ ବର୍ତ୍ତମାନ ୪୦ଟି ଆସନରୁ ୨୮ ଆସନ ଜିତି ବିଜେପି କ୍ଷମତାରେ ଅଛି।