କର୍ମୀଙ୍କ ଶ୍ରାଦ୍ଧ ତର୍ପଣ କଲେ ଜେପି ନଡ୍ଡା

କୋଲକାତା: ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମହାଳୟା ଅବସରରେ ଶନିବାର ରାଜ୍ୟରେ ହୋଇଥିବା ବିଭିନ୍ନ ହିଂସାରେ ପ୍ରାଣ ହରାଇଥିବା ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରିଛନ୍ତି। ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ବିଭିନ୍ନ ରାଜନୈତିକ ହିଂସାରେ ପ୍ରାଣ ହରାଇଥିବା ୮୦ଜଣ ବିଜେପି କର୍ମୀଙ୍କ ଉଦ୍ଦେଶ୍ୟରେ ବାଘାବଜାର ଘାଟରେ ଶ୍ରୀ ନଡ୍ଡା ଶ୍ରାଦ୍ଧ ତର୍ପଣ କରିଥିଲେ।

ଟିଏମସି ସରକାରଙ୍କ ଶାସନକାଳ ସମୟରେ ରାଜ୍ୟରେ ଜଙ୍ଗଲ ରାଜ ଏବଂ ଆତଙ୍କରାଜ ଚାଲିଛି। ଖୁବ୍ ଶୀଘ୍ର ରାଜ୍ୟରୁ ଟିଏମସି ମୂଳପୋଛ ହେବାକୁ ଯାଉଛି ବୋଲି ଶ୍ରାଦ୍ଧ ତର୍ପଣ ଅବସରରେ କହିଛନ୍ତି ଶ୍ରୀ ନଡ୍ଡା। ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ମମତାଙ୍କର କୌଣସି ଦୂରଦୃଷ୍ଟି ନାହିଁ।

ଟିଏମସି ଶାସନକାଳ ସମୟରେ ରାଜ୍ୟରେ ହୋଇଥିବା ବିଭିନ୍ନ ରାଜନୈତିକ ହିଂସାରେ ୮୦ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ଥିବା ଏକ ଶହରୁ ଉଦ୍ଧ୍ୱର୍ ବିଜେପି କାର୍ଯ୍ୟାଳୟ ଉପରେ କବଜା କରିନେଇଛି ଚିଏମସି। ତେବେ ମୃତ କର୍ମୀଙ୍କ ପରିବାରକୁ ତେବେ ମୃତ କର୍ମୀଙ୍କ ପରିବାରକୁ ମଧ୍ୟ ନ୍ୟାୟ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ନଡ୍ଡା। ଏହି ଅବସରରେ ମୃତ ବିଜେପି କର୍ମୀଙ୍କ ପରିବାର ସଦସ୍ୟ ଏବଂ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିବା ନେଇ ବିଜେପି ରାଜ୍ୟ ମହାସଚିବ ସୟାନ୍ତନ ବସୁ ସୂଚନା ଦେଇଛନ୍ତି।