ନିର୍ବାଚନ ରଣନୀତିକୁ ନେଇ ବିଜେପିର ମନ୍ଥନ; ହାଇଦ୍ରାବାଦରେ ବରିଷ୍ଠ ନେତାଙ୍କ ସହିତ ନଡ୍ଡାଙ୍କ ବୈଠକ

ହାଇଦ୍ରାବାଦ: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ଜୋର୍‌ଦାର ପ୍ରସ୍ତୁତି ଚଳାଇଛି । ରବିବାର ଅଧ୍ୟକ୍ଷ ଜେପି ନଡ୍ଡା ପାର୍ଟିର ରଣନୀତି ଏବଂ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ରବିବାର ହାଇଦ୍ରାବାଦରେ ଦକ୍ଷିଣ ରାଜ୍ୟର ବରିଷ୍ଠ ନେତାମାନଙ୍କ ସହିତ ବୈଠକ କରିଛନ୍ତି । ବୈଠକରେ କେରଳ, ତାମିଲନାଡ଼ୁ, ପୁଡୁଚେରୀ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୋଆ, ଆଣ୍ଡାମାନ ଓ ଲକ୍ଷାଦ୍ୱୀପର ନେତାମାନେ ଉପସ୍ଥିତ ଥିଲେ ।

ଏହି ବୈଠକରେ ତେଲେଙ୍ଗାନାରେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆୟୋଜିତ ହୋଇଛି । ହାଇଦ୍ରାବାଦର ତେଲେଙ୍ଗାନା ବିଜେପିର ମୁଖ୍ୟାଳୟରେ ଆୟୋଜିତ ଆଞ୍ଚଳିକ ପରାମର୍ଶଦାତା ବୈଠକରେ ପାର୍ଟି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ସହିତ ପାର୍ଟି ସାଂସଦ, ବିଧାୟକ, ରାଜ୍ୟ ୟୁନିଟ୍ ଅଧ୍ୟକ୍ଷଙ୍କ ସହିତ ଅନ୍ୟମାନେ ସାମିଲ ହୋଇଥିଲେ । ବୈଠକରେ ନଡ୍ଡା ନବନିର୍ବାଚିତ ପ୍ରଦେଶ ଅଧ୍ୟକ୍ଷ କେନ୍ଦ୍ର ମନ୍ତ୍ରୀ ଜି. କିଶନ୍ ରେଡ୍ଡୀଙ୍କୁ ସମ୍ମାନିତ କରିଥିଲେ ।