ସ୍ପେଶ୍ ଏକ୍ସ ଓ ନାସାର ମିଳିତ ମହାକାଶ ମିଶନ ସଫଳ

ଫ୍ଲୋରିଡା,ଏଜେନ୍ସି: ସ୍ପେସ ଏକ୍ସ ଓ ନାସା ପକ୍ଷରୁ ମିଳିତ ମହାକାଶ ମିଶନ ସଫଳ ହୋଇଛି। ଗତକାଲି ଅପରାହ୍ଣରେ କମାଣ୍ଡର ବବ୍ ବେନକେନ ଓ ପାଇଲଟ ଡଗ ହର୍ଲି ମହାକାଶରୁ ପୃଥିବୀପୃଷ୍ଠକୁ ଅବତରଣ କରିଛନ୍ତି। ଏହି ଦୁଇ ମହାକାଶଚାରୀ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ୨ ମାସ ରହିଥିଲେ। ଶନିବାର ଅପରାହ୍ଣରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରୁ ଏହି ୨ ମହାକାଶଚାରୀ ଯାତ୍ରା ଆରମ୍ଭ କରିଥିଲେ। ତେବେ ପ୍ରଥମଥର ପାଇଁ ମହାକାଶଚାରୀମାନେ ଫ୍ଲୋରିଡା ଉପକୂଳ ଜଳ ପୃଷ୍ଠରେ ଅବତରଣ କରିଥିଲେ। ମହାକାଶଚାରୀମାନେ ଓହ୍ଲାଇବା ପରେ ବୋଟରେ ସେମାନଙ୍କୁ କୂଳକୁ ଅଣାଯାଇଥିଲା। ଆଗାମୀ ଦିନରେ ସ୍ପେଶ୍ ଏକ୍ସ ଓ ନାସା ପକ୍ଷରୁ ମହାକାଶ ମିଶନ ଜାରି ରହିବ ବୋଲି କୁହାଯାଇଛି।

ସେହିପରି ମହାକାଶଚାରୀଙ୍କ ସଫଳ ପ୍ରତ୍ୟାବର୍ତ୍ତନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସରେ ନାସା ପକ୍ଷରୁ ଜଣେ ଜାପାନ ମହାକାଶଚାରୀଙ୍କ ସହ ୪ ଜଣ ନାସା ମହାକାଶଚାରୀ ଏହି ସ୍ପେଶ୍ ସେଣ୍ଟରକୁ ପଠାଯିବ ବୋଲି ସୂଚନା ଦିଆଯାଇଛି।