ପାଟଣାଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ବ୍ଲକ୍ କାର୍ଯ୍ୟଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକରଙ୍କ ଯୁଗ୍ମ ଜନଶୁଣାଣୀ ଏବଂ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଉଛି। ଏହି ଅବସରରେ ବ୍ଲକ୍ର ବିଭିନ୍ନ ଗ୍ରାମରୁ ୧୦୨ଟି ଅଭିଯୋଗର ଶୁଣାଣି ହୋଇଥିଲା। ଏଥି ମଧ୍ୟରୁ ୯୦ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୧୨ଟି ଶୁଣାଣିର ତତ୍କାଳ ସମାଧାନ ହୋଇଥିବା ଜଣାଯାଇଛି।
ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଡିଆରଡି ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ଜିଏମ୍ଡିଆଇସି ବି ପି ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଜେନ୍ଦ୍ର ପ୍ରଧାନ, ବଲାଙ୍ଗିର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସାରଦା ପ୍ରସାଦ ମିଶ୍ର, ଜଙ୍ଗଲ ବିଭାଗ ଏସିଏଫ୍ ବାବାଜୀ ଚରଣ ରାଉଳ, ପୂର୍ତ୍ତ ବିଭାଗ ଏ ସି ଶୁକଦେବ ମାହାଲି, ଅବକାରୀ ଅଧିକ୍ଷକ ନାରାୟଣ ମେହେର, ଡିପିଇଓ ପ୍ରଶାନ୍ତ ଶତପଥୀ, ପାଟଣାଗଡ ଉପଜିଲ୍ଲପାଳ ବିଜୟା ନନ୍ଦ ସେଠୀ, ଏସଡିପିଓ ଜୋତିର୍ମୟ ଭୁକ୍ତା, ବିଡ଼ିଓ ରଶ୍ମି ରଞ୍ଜନ ରାଉତ, ବ୍ଲକ୍ ଶିକ୍ଷାଧିକାରୀ ସୁରେନ୍ଦ୍ର ପୁରୋହି, ବ୍ଲକ୍ କୃଷି ଅଧିକାରୀ ଡମ୍ବରୁଧର ମେହେର, ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ଗିରିଧାରୀ ନାଗ, ଥାନା ଅଧିକାରୀ ରମାକାନ୍ତ ସାହୁ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ସମେତ ଜିଲ୍ଲା, ଉପଖଣ୍ଡ, ଓ ବ୍ଲକ୍ ସ୍ତରର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
କୋଭିଡ କଟକଣା ଯୋଗୁଁ ଦୀର୍ଘ ଅଢେଇ ବର୍ଷ ଧରି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ବନ୍ଦ ରହିଥିବା ବେଳେ ଏହା ସୋମବାର ଆରମ୍ଭ ହୋଇଛି। ପ୍ରବଳ ଖରାରେ ମଧ୍ୟ ଶହ ଶହ ଲୋକ ଅଭିଯୋଗ ପାଇଁ ବ୍ଲକ୍ କାର୍ଯ୍ୟଳୟକୁ ଆସିଥିଲେ।