ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

କନ୍ଧମାଳ,ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଫିରିଙ୍ଗିଆ ବ୍ଲକ ଗସ୍ତରେ ଆସି ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସାମିଲ ହୋଇଥିଲେ । ଏହି ସମୟରେ ୯୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୭୦ ରହିଥିବାବେଳେ ସାମୁହିକ ଅଭିଯୋଗ ୨୫ଟି ରହିଥିବା ନେଇ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି । ଏହି କାର‌୍ୟ୍ୟକ୍ରମରେ ଜିଲ୍ଲାପାଳଙ୍କ ବ୍ୟତୀତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସିଧାସଳଖ ଭାବେ ଜନସାଧାରଣଙ୍କ ଦୁଃଖ ଶୁଣିବା ସହିତ ଅଭିଯୋଗ ଗ୍ରହଣ କରିଛନ୍ତି । ଉକ୍ତ ଅଭିଯୋଗ ଗୁଡ଼ିକର ସମାଧାନ ଯଥାଶୀଘ୍ର କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିବା ନେଇ ଅଭିଯୋଗକାରୀମାନେ କହିଛନ୍ତି । ଆଜିର ଏହି କାର‌୍ୟ୍ୟକ୍ରମରେ ବ୍ଲକର କିଛି ଜନସାଧାରଣ ଆସି ସେମାନଙ୍କ ଅଭିଯୋଗ ଜଣାଇଥିଲେ । ଏହି କାର‌୍ୟ୍ୟକ୍ରମରେ ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତ, ପି ଆଇ ଟି ଡି ଏ ପ୍ରବୀଣ କୁମାର ବଣୁଆ ଓ ଫୁଲବାଣୀ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।