ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବଢ଼ିଚାଲିଛି କରୋନା ସଂକଟ । ଏହାର ମୁକାବିଲା ପାଇଁ ଦେଶବ୍ୟାପି ଲାଗୁ ହୋଇଛି ଲକଡାଉନ । ଆଉ ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟୁଇଟର ଆକାଉଂଟରେ କିଛି ଥ୍ରୀଡି ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ଭିନ୍ନ ଭିନ୍ନ ଯୋଗାସନ କରୁଛନ୍ତି । ମୋଦି ଟୁଇଟ କରି ଲେଖିଛନ୍ତି ଗତକାଲି ମନକି ବାତ ସମୟରେ କେହି ତାଙ୍କ ଫିଟନେସର ରୁଟିନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହା ପରେ ଏହି ଯୋଗ ବିଡିଓ ସେୟାର କରିବାର ବିଚାର ତାଙ୍କ ମନକୁ ଆସିଥିଲା ।
During yesterday’s #MannKiBaat, someone asked me about my fitness routine during this time. Hence, thought of sharing these Yoga videos. I hope you also begin practising Yoga regularly. https://t.co/Ptzxb7R8dN
— Narendra Modi (@narendramodi) March 30, 2020