ଜୟନ୍ତ ଚତୁର୍ମୁଖ ବିଜେପି ଛାଡି ବିଜେଡିରେ ଯୋଗଦେଲେ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଦୀର୍ଘଦିନ ଧରି ବିଜେପିରେ ସମ୍ପର୍କ ରଖିଥିବା ଅଞ୍ଚଳର ଦୁଇ ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତା ଫଟାମୁଣ୍ଡା ପଞ୍ଚାୟତର ନୂଆକରି ସମିତିସଭ୍ୟ ଜୟନ୍ତ କୁମ୍ଭାର ଓ ପଣ୍ଡାମୁଣ୍ଡା ସରପଞ୍ଚ ଚତୁର୍ମୁଖ ମେହେର ବିଜେପିରୁ ସମ୍ପର୍କ ତୁଟାଇ ଗତକାଲି ରାତିରେ ପଣ୍ଡାମୁଣ୍ଡା ଠାରେ ବିଧିବଦ୍ଧ ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତରେ ବିଜେଡିରେ ଯୋଗ ଦେଇଛନ୍ତି।

ତାଙ୍କ ସହିତ ୨୦୦ ବିଜେପିର କାର୍ମ୍ମୀମାନେ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ପାଟଣାଗଡ଼ ବ୍ଲକ୍‌ ଅଧ୍ୟକ୍ଷ ଏନ୍‌ଏସି ଅଧ୍ୟକ୍ଷ ମାନସୀ ବିଶ୍ୱାଳ ଉପନଗରପାଳ ପ୍ରଫୁଲ୍ଲ ମେହେର ବିଧାୟକଙ୍କ ବ୍ଲକ୍‌ ପ୍ରତିନିଧି ହିମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହା ଫଳରେ ପାଟଣାଗଡ଼ରେ ଦିନକୁ ଦିନ ବିଜେଡିର ପତିଆରା ବୃଦ୍ଧି ପାଉଥିବା ଜନସାଧାରଣରେ ଏକ ଚର୍ଚ୍ଚାର ବିଷୟ ହୋଇଛି।