ଜନସନ୍ ଏଣ୍ଡ ଜନସନର ସ୍ୱତନ୍ତ୍ର କରୋନା ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଜନସନ୍ ଏଣ୍ଡ ଜନସନର ସିଙ୍ଗଲ ଡୋଜଯୁକ୍ତ କରୋନା ଭ୍ୟାକ୍ସିନର ଶେଷ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଯାଇଛି। ୬୦ ହଜାର ଭିନ୍ନ ଭିନ୍ନ ବର୍ଗର ଲୋକଙ୍କ ଉପରେ ଏହି ଟ୍ରାଏଲ କରାଯିବ ବୋଲି ଜଣାପଡ଼ିଛି। ଆମେରିକା ବ୍ୟତୀତ ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ବ୍ରାଜିଲ, ଚିଲୀ, କୋଲମ୍ବିୟା, ମେକ୍ସିକୋ ଓ ପେରୁରେ ଏହି ଟ୍ରାଏଲ ଅନୁଷ୍ଠିତ ହେବ।

ବୈଜ୍ଞାନିକ ପୋଲ ଷ୍ଟୋଫେଲ କହିଛନ୍ତି ଯେ, ‘ଚଳିତ ବର୍ଷ ଶେଷ କିମ୍ବା ଆଗାମୀ ବର୍ଷ ଆରମ୍ଭରେ ଏହି ଭ୍ୟାକ୍ସିନର ଫଳାଫଳ ସାମ୍ନାକୁ ଆସିବ। ଜରୁରୀକାଳୀନ ସମୟରେ ସିଙ୍ଗଲ ଡୋଜ ଭ୍ୟାକ୍ସିନ ଖୁବ୍ ସହାୟୀ ହେବ। ଆଉ ଆମେ ପରେ ବୁଷ୍ଟର ଡୋଜ ପ୍ରୟୋଗ କରିବୁ। କିନ୍ତୁ ପ୍ରଥମ ପର୍ଯ୍ୟାୟ ଫଳାଫଳ ଦର୍ଶାଉଛି କି କେବଳ ସିଙ୍ଗଲ ଡୋଜ ହିଁ ଲୋକଙ୍କୁ ଲମ୍ବା ସମୟ ଧରି ବଞ୍ଚାଇ ରଖିବା ପାଇଁ ଯଥେଷ୍ଟ।’