ଜନସନ ଆଣ୍ଡ ଜନସନ ପାଉଡରରେ ମିଳିଲା କର୍କଟ ରୋଗ ସୃଷ୍ଟିକାରୀ ତତ୍ତ୍ୱ

ଆମେରିକୀୟ କମ୍ପାନୀ ଜନସନ ଆଣ୍ଡ ଜନସନ ପୁଣି ଥରେ ବିବାଦୀୟ ଘେରକୁ ଆସିଛି। ପୁର୍ବରୁ ନିଜ ଦ୍ରବ୍ୟକୁ ନେଇ ସେ ବିଦାଦରେ ରହିଥିବା ବେଳେ ପୁଣି ଥରେ ଶନିବାର ଏଭଳି ଏକ ପ୍ରଡକ୍ଟକୁ ନେଇ ବିବାଦକୁ ଆସିଛନ୍ତି। ଆମେରିକାର ସ୍ୱାସ୍ଥ୍ୟ ନିୟାମକ କମ୍ପାନୀର ପ୍ରଡକ୍ଟ ଯାଞ୍ଚ କରିବା ପରେ ସେଥିରେ ଆଜବେଷ୍ଟସ୍‌ର ମାତ୍ରା ଅଧିକ ଥିବା ସାମ୍ନାକୁ ଆସିଥିଲା । ଯାହାଦ୍ବାରା କର୍କଟ ରୋଗ ସୃଷ୍ଟି ହୋଇଥାଏ।

ପରେ କମ୍ପାନୀ ବଜାରରୁ ୩୩ହଜାର ବେବି ପାଉଡରକୁ ଫେରାଇ ନେଇଥିଲା। ତେବେ ପାଉଡରରେ ମିଳିଥିବା ଆଜବେଷ୍ଟସ୍‌ରେ କାର୍ସିନୋଜେନ ରହିଛି ଯାହା ଶରୀରରେ କର୍କଟ ରୋଗ ସୃଷ୍ଟି କରିଥାଏ । ଏହି ଖବର ସାମ୍ନାକୁ ଆସିବା ପରେ କମ୍ପାନି ଏବେ ପୁଣି ବିବାଦରେ ଛନ୍ଦି ହୋଇଛି । ଉକ୍ତ କମ୍ପାନୀର ଏହି ପ୍ରଡକ୍ଟକୁ ଯାଞ୍ଚ ପାଇଁ ପଠାଯାଇଥିଲା । ତେବେ ଯାଞ୍ଚ ପରେ ଏବେ ଲୋକଙ୍କ ଅଭିଯୋଗ ସତ ବୋଲି ପ୍ରମାଣିତ ହୋଇଛି ।