ମହାବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାବିଷୁବ ସଂକ୍ରାନ୍ତି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁଭେଚ୍ଛା ଜଣାଇଛନ୍ତି। ବାଇଡେନ୍ ଟୁଇଟ କରି ମହାବିଷୁବ ସଂକ୍ରାନ୍ତି ତଥା ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ଦକ୍ଷିଣ ଏସୀୟ ଓ ଦକ୍ଷିଣ-ପୂର୍ବ ଏସୀୟ ସଂପ୍ରଦାୟ ଆଜି ବୈଶାଖୀ, ନବରାତ୍ରୀ, ସୋଙ୍ଗକରନ ପାଳନ କରୁଛନ୍ତି। ହାପି ବେଙ୍ଗଲି, କମ୍ବୋଡିଆନ, ଲାଓ, ମିଆଁନମାରିଜ, ନେପାଳୀ, ସିଂହଳୀ, ତାମିଳ, ଥାଇ ଓ ବିଷୁ ନବବର୍ଷର ଅଭିନନ୍ଦନ।

କରୋନା ଭାଇରସ ସଂକ୍ରମଣ ଲାଗି ରାଜ୍ୟରେ ଚଳିତ ବର୍ଷ କଟକଣା ସହିତ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ହେଉଛି। ଆଜିଠାରୁ ଓଡ଼ିଆମାନଙ୍କର ପାଞ୍ଜି ଚଳିବ। ମହାବିଷୁବ ସଂକ୍ରାନ୍ତି ଭାବରେ ଅଧିକ ଜଣାଶୁଣା ଆଜିର ଦନିଠାରୁ ଜଳବାୟୁରେ ପରିବର୍ତ୍ତନର ଆଭାସ ମିଳିଥାଏ। ସୂର୍ଯ୍ୟଙ୍କ ପ୍ରଖର ତାପମାତ୍ର ଲାଗି ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ତୁଳସୀ ଗଛ ମୂଳେ ପଣା ସମର୍ପଣ କରାଯାଏ।