ଜମ୍ମୁ କଶ୍ମୀର: ଶ୍ରୀନଗରରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର ଶ୍ରୀନଗର ନିକଟ ରାଇନାୱାରୀରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀର ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି।

ଜମ୍ମୁ କଶ୍ମୀର ଆଇଜିପି ବିଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଲଶ୍କର-ଇ-ତଏବା/ଟିଆରଏଫ୍‌ର ୨ ଜଣ ସ୍ଥାନୀୟ ଆତଙ୍କବାଦୀ ସେନା ଓ ପୁଲିସ ପକ୍ଷରୁ କରାଯାଇଥିବା ମିଳିତ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ୨ ଜଣ ଆତଙ୍କବାଦୀ ପୂର୍ବରୁ ଅନେକ ହିଂସା ସହିତ ଜଡିତ ଥିଲେ। ଏପରିକି ଏହି ୨ ଜଣ ଜନସାଧାରଣଙ୍କୁ ହତ୍ୟା କରିବାରେ ସାମିଲ ଥିଲେ। ପୁଲିସ ଘଟଣାସ୍ଥଳରୁ ଅସ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ କରିଛି। ସର୍ଚ୍ଚ ଅପରେଶନ ଜାରି ରହିଛି।