ଜମ୍ମୁ-କଶ୍ମୀରରେ ଅଟକ ଥିବା ୨ ନେତା ମୁକ୍ତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରରେ ଅଟକ ଥିବା ୨ ଜଣ ବରିଷ୍ଠ ନେତାଙ୍କୁ ବୁଧବାର ଛାଡ଼ି ଦିଆଯାଇଛି। ସେ ଦୁହେଁ ହେଲେ ପିପୁଲ୍ସ କନଫରେନ୍ସର ଅଧ୍ୟକ୍ଷ ଶାଜଦ ଲୋନ ଓ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ୱାହିଦ ପରା। ୱାହିଦ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଜଣେ ଘନିଷ୍ଠ ଭାବେ ପରିଚିତ। ଉଲ୍ଲେଖଯୋଗ୍ୟ ଗତ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବାପରେ ରାଜ୍ୟର ବହୁ ରାଜନେତାଙ୍କୁ ଅଟକ ରଖାଯାଇଥିଲା।

ଏବେ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଅଟକ ରହିଛନ୍ତି। ପର୍ଯ୍ୟାୟକ୍ରମେ କିଛି ରାଜନେତାଙ୍କୁ ମୁକ୍ତ କରାଯାଉଛି। ଫାରୁକ ଅବଦୁଲ୍ଲାଙ୍କୁ ଶ୍ରୀନଗରସ୍ଥିତ ତାଙ୍କର ଗୁପକାର ହାଉସ୍ ସ୍ଥିତ ବାସଭବନରେ ଅଟକ ରଖାଯାଇଛି। ଓମାରଙ୍କୁ ପ୍ରଥମେ ହରିନିବାସରେ ଅଟକ ରଖାଯାଇଥିଲାବେଳେ ପରେ ଚେସମାସାହିକୁ ସ୍ଥାନାନ୍ତର କରାଯାଇଛି। ସେହିପରି ମେହବୁବାଙ୍କୁ ମୌଲାନା ଆଜାଦ ରୋଡ୍ ସ୍ଥିତ ଏମଏଲଏ ହଷ୍ଟେଲରେ ଗତବର୍ଷ ଡିସେମ୍ବରରୁ ରଖାଯାଇଛି।