ଆଜିଠାରୁ ଜାମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳଭାବେ ପରିଗଣିତ ହେବ

କାଶ୍ମୀର,ଏଜେନ୍ସି: ଇତିହାସ ପାଲଟିଲା ଜାମ୍ମୁ-କାଶ୍ମୀର, ଆଜିଠାରୁ ସ୍ୱତନ୍ତ୍ର ରାଜ୍ୟ ବଦଳରେ ଜାମ୍ମୁ କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହୋଇଯାଇଛି। ଗୁରୁବାର ଠାରୁ ବିଧିବଧ ଭାବେ ଏହି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ। ଏହି ପରିପ୍ରେକ୍ଷୀରେ ଦେଶରୁ ରାଜ୍ୟ ସଂଖ୍ୟା ହ୍ରାସ ପାଇ ୨୮ ହୋଇଯାଇଛି। ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ବୃଦ୍ଧିପାଇ ୯ଟି ହୋଇଯାଇଛି।

ଲଦାଖର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳ ଭାବେ ରାଧାକ୍ରୀଷ୍ଣା ମାଥୁର ଆଜି ଶପଥ ନେଇଛନ୍ତି। ସେହିପରି ଓଡ଼ିଆ ଆଇଏସ୍ ଅଫିସର ଗିରିଶ ଚନ୍ଦ୍ର ମୁର୍ମୂ ଆଜି ଜମ୍ମୁକାଶ୍ମୀରରେ ଉପରାଜ୍ୟପାଳ ଭାବେ ଶପଥ ନେବେ। ଜମ୍ମୁକାଶ୍ମୀର ରାଜ୍ୟ ପୁର୍ନଗଠନ ଆଇନ ଅନୁସାରେ ଲଦାଖ ବିନା ବିଧାନସଭା କେନ୍ଦ୍ରଶାସିତ ଅଞ୍ଚଳ ଓ ଜମ୍ମୁକାଶ୍ମୀର ବିଧାନସଭା ସହ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ।