ଜିଓଫୋନର ଦୀପାବଳି ଅଫର୍, ମାତ୍ର ୬୯୯ ଟଙ୍କାରେ ଜିଓଫୋନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ସବୁ ଭାରତୀୟଙ୍କ ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣ ନିୟମିତ କରିବା ଦିଗରେ ଜିଓ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ମଙ୍ଗଳବାର ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର ଥରେ-ମାତ୍ର ଅଫର ଘୋଷଣା କରାଯାଇଛି ଯାହାର ନାମ ହେଉଛି ଜିଓଫୋନ୍ ଦୀପାବଳି ୨୦୧୯ ଅଫର। ଚଳିତ ଦଶହରା ଓ ଦୀପାବଳିର ପାର୍ବଣ ଅବସରରେ ଜିଓ ପକ୍ଷରୁ ଜିଓଫୋନ୍ କୁ ମାତ୍ର ୬୯୯ ଟଙ୍କାର ମୂଲ୍ୟରେ ଉପଲବ୍ଧ କରାଯାଇଛି ଯାହାର ବର୍ତମାନ ବଜାର ମୂଲ୍ୟ ହେଉଛି ୧୫୦୦ ଟଙ୍କା। ନିଜର ପୁରୁଣା ଫୋନ୍କୁ ବଦଳାଇବା ଭଳି କୌଣସି ପ୍ରକାର ସର୍ତ୍ତ ନଥିବାରୁ ଗ୍ରାହକଙ୍କ ପାଇଁ ଏହା ସିଧାସଳଖ ୮୦୦ ଟଙ୍କାରୁ ଅଧିକ ସଞ୍ଚୟ ସୁଯୋଗ ଆଣିଦେଇଛି।

ଏହି ମୂଲ୍ୟ ବଜାରରେ ବର୍ତ୍ତମାନ ଉପଲବ୍ଧ ହେଉଥିବା ଯେକୌଣସି ୨ଜି ଫିଚର ଫୋନ୍ ତୁଳନାରେ ବହୁତ କମ୍। ୪ଜି ସେବା ପର୍ଯ୍ୟନ୍ତ ଆସିବା ଲାଗି ଫିଚର୍ ଫୋନ୍ ବ୍ୟବହାରକାରୀଙ୍କ ଲାଗି ଯେଉଁ ଶେଷ ପ୍ରତିବନ୍ଧକ ରହିଥିଲା ତାହା ଏବେ ଦୂର ହୋଇଛି। ୭୦୦ ଟଙ୍କାର ପ୍ରତିବଦ୍ଧତା, ଯାହା ଜିଓ ଫୋନ୍ ଗ୍ରାହକମାନେ ଜିଓଫୋନକୁ କିଣିବା ଲାଗି ନିବେଶ କରିବେ ଏବଂ ୨ଜିରୁ ୪ଜି ଡାଟା ଦୁନିଆରେ ପ୍ରବେଶ କରିବେ। ଜିଓ ମଧ୍ୟ ନିଜ ଆଡ଼ୁ ନିବେଶର ପ୍ରତିଶ୍ରୁତି ଦେଇଛି।

ଭାରତୀୟ ସମାଜରେ ନିହାତି ଆବଶ୍ୟକ କରୁଥିବା ବର୍ଗକୁ ଇଣ୍ଟରନେଟ୍ ଅର୍ଥନୀତିରେ ସାମିଲ କରିବା ଦିଗରେ ଜିଓର ଏହା ହେଉଛି ନିବେଶ ଏବଂ ପ୍ରତିବଦ୍ଧତା। ଯେଉଁ ଜିଓଫୋନ୍ ଗ୍ରାହକମାନେ ଦୀପାବଳି ୨୦୧୯ ଅଫର ଜରିଆରେ ଜିଓରେ ଯୋଗଦେବେ, ଜିଓ ସେମାନଙ୍କୁ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଡାଟା ସୁବିଧା ପ୍ରଦାନ କରିବ।

ଗ୍ରାହକମାନେ ଯେଉଁ ପ୍ରଥମ ୭ଟି ରିଚାର୍ଜ କରିବେ, ଜିଓ ଅତିରିକ୍ତ ଭାବେ ପ୍ରତିଥର ୯୯ ଟଙ୍କା ମୂଲ୍ୟର ଡାଟା ଯୋଗ କରିବ। ଅତିରିକ୍ତ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଡାଟା ଜରିଆରେ ଏହି ଅଫରରେ ଜିଓ ଫୋନ୍ ବ୍ୟବହାରକାରୀମାନେ ମନୋରଂଜନ, ପେମେଂଟ୍, ଇ-କମର୍ସ, ଶିକ୍ଷା, ଲର୍ଣ୍ଣିଂ, ତାଲିମ, ରେଳ ଓ ବସ୍ ବୁକିଙ୍ଗ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଟେଂଲିଜେନ୍ସ) ଆପ୍ସ ଏବଂ ଆହୁରି ବହୁତ କିଛିର ଏଯାଏଁ ଅଦେଖା ଦୁନିଆରେ ପ୍ରବେଶ କରିପାରିବେ।

ଜିଓ ଫୋନ୍ କିଣାରେ ୮୦୦ ଟଙ୍କାର ସଂଚୟ ଏବଂ ୭୦୦ ଟଙ୍କା ମୂଲ୍ୟର ଡାଟା ଜରିଆରେ ପ୍ରତି ଜିଓ ଫୋନ୍ ଗ୍ରାହକ ମୋଟ ୧୫୦୦ ଟଙ୍କାର ଲାଭ ପାଇପାରିବେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଧୀରୁଭାଇ ଅମ୍ବାନି କହିଛନ୍ତି ଯେ ସୁଲଭ ମୂଲ୍ୟର ଇଟଂରନେଟ୍ ଏବଂ ଡିଜିଟାଲ୍ ବିପ୍ଳବ ଲାଭରୁ ଯେଭଳି କୌଣସି ଭାରତୀୟ ବଞ୍ଚିତ ନହୁଅନ୍ତୁ ତାହାକୁ ଜିଓ ନିୟମିତ କରିବ।

ଜିଓ ଫୋନ୍ ଦୀପାବଳି ଅଫର ପ୍ରଦାନ କରି ଆମେ ଆର୍ଥିକ ପିରାମିଡ୍ ର ଶେଷ ଧାଡ଼ିରେ ଥିବା ବର୍ଗର ପ୍ରତିଟି ନୂଆ ଲୋକଙ୍କୁ ଇଟଂରନେଟ୍ ଅର୍ଥନୀତିରେ ସାମିଲ କରିବା ଲାଗି ୧୫୦୦ ଟଙ୍କାର ନିବେଶ କରୁଛୁ। ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଡିଜିଟାଲ୍ ଇଣ୍ଡିଆ ମିସନର ସଫଳତା ପାଇଁ ଆମର ପ୍ରତିବଦ୍ଧତାକୁ ମଧ୍ୟ ଆମେ ପ୍ରଦର୍ଶିତ କରୁଛୁ ବୋଲି ସେ କହିଥିଲେ।