ଉପଭୋକ୍ତଙ୍କ ପାଇଁ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ଆଣିଛି ଅଭିନବ ସୁଯୋଗ

ମୁମ୍ବାଇ,ଏଜେନ୍ସି: ଫଟାଫଟ୍ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି। ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଆଲଙ୍ଗ୍‌’ ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ ପ୍ରେମୀମାନେ ନିଜେ ଖେଳରେ ସାମିଲ୍ ହୋଇ ଆକର୍ଷଣୀୟ ପୁରସ୍କାର ଜିତି ପରିବାର ସୁଯୋଗ ରହିଛି। ଚଳିତବର୍ଷ ପାଇଁ ଏହା ହେଉଛି ଏକ ଉପଯୁକ୍ତ ସମୟ ଯେତେବେଳେ ଜିଓ ଉପଭୋକ୍ତାମାନେ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ମାଧ୍ୟମରେ କ୍ରିକେଟ ଖେଳର ସମସ୍ତ ଦକ୍ଷତା ଓ ଶୈଳୀ ଉପଯୋଗ କରି ପ୍ରତ୍ୟେକ ବଲ୍ ସହ ଖେଳିବା ସହିତ ଏସମ୍ପର୍କିତ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଆକର୍ଷଣୀୟ ପୁରସ୍କାର ଲାଭ କରିପାରିବେ।

ଏଥିସହିତ ସେମାନେ ମ୍ୟାଚ୍ ପୂର୍ବ (ପ୍ରି-ମ୍ୟାଚ୍‌) ପ୍ରଶ୍ନ କାର୍ଯ୍ୟକ୍ରମ, ପୋଲ୍‌, କ୍ୱିଜ୍ ଇତ୍ୟାଦିରେ ଭାଗ ନେଇପାରିବା ସହିତ ଏହି ଖେଳ କାର୍ଯ୍ୟକ୍ରମରେ ଓ ‘ଷ୍ଟିକର ଚାଟ୍‌’ ମାଧ୍ୟମରେ ସେମାନଙ୍କ ନିଜର ପସନ୍ଦର ଦଳକୁ ଉତ୍ସାହିତ କରିପାରିବା ସହିତ ଖେଳର ସ୍କୋର, ମ୍ୟାଚ୍ ସାରଣୀ, ଫଳାଫଳ ଏବଂ ଅନ୍ୟ ବହୁ କିଛି ଉପଲବ୍ଧ କରିପାରିବେ। ‘ଡେଲି ରିୱାର୍ଡ’ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ପ୍ରତିଯୋଗୀମାନେ ପ୍ରତିଦିନ ପୁରସ୍କାର ଲାଭ କରିବାର ସୁଯୋଗ ରହିଥିବା ବେଳେ ସେମାନେ ‘ଡେଲି ଚାଲେଞ୍ଜ’କୁ ସମ୍ପୂର୍ଣ୍ଣ କରି ଘରକୁ ବମ୍ପର ପୁରସ୍କାର ନେଇପାରିବେ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଡେଲି ଚାଲେ ସେକ୍ସନ୍‌ରେ ବମ୍ପର ପ୍ରାଇଜ୍ ଟାଇଟଲ୍ ସମ୍ପର୍କରେ ସୂଚନା ଦିଆଯିବ।

ଚଳିତ କ୍ରିକେଟ ସିଜିନ୍‌ରେ ଉପଭୋକ୍ତାମାନେ ଘରେ ସୁରକ୍ଷିତ ରହି ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ୍ ସହାୟତାରେ ବହୁ ପୁରସ୍କାର ଜିତି ପାରିବେ। ମାଇଁ ଜିଓ ଆପ୍‌’ର ଜିଓ ଏନ୍‌ଗେଜ୍ ସେକ୍ସନ୍‌ରେ ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ୍ ଗେମ୍ ଉପଲବ୍ଧ ହେଉଥିବା ବେଳେ ଏହାକୁ ଗୁଗଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରୁ ଡାଉନ୍‌ଲୋଡ୍ କରାଯାଇପାରିବ। ଉଭୟ ଜିଓ ଉପଭୋକ୍ତା ଏବଂ ଅଣ ଜିଓ ଉପଭୋକ୍ତାମାନେ ଏହି ଗେମ୍ ଖେଳିବାର ସୁଯୋଗ ପାଇପାରିବେ ଏବଂ ଚଳିତ କ୍ରିକେଟ୍ ସିଜିନ୍‌ରେ ବହୁ ପୁରସ୍କାର ଜିତିବାର ଲାଭ ମଧ୍ୟ ଉଠାଇ ପାରିବେ।