ଶେଷ ହେଲା ମୋଦୀ ଓ ଜିନପିଙ୍ଗଙ୍କ ଅନୌପଚାରିକ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ମଧ୍ୟରେ ଶନିବାର ମହାବଳିପୁରମ‌୍‍ ତାଜ ଫିସରମ୍ୟାନ କୋବରିସୋର୍ଟର ପାଖାପାଖି ୧ଘଣ୍ଟା ଅନୌପଚାରିକ ବୈଠକ ଚାଲିଥିଲା। ଏହା ପରେ ଦୁଇ ଦେଶର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆମେ ପ୍ରତ୍ୟେକ ପ୍ରତ୍ୟେକଙ୍କ ଭାବ ଧାରାକୁ ବୁଝୁଛୁ ଓ ଅମେ କୌଣସି ମତ ଭେଦକୁ ବିବାଦରେ ପରିଣତ କରିବାକୁ ଦେବୁନାହୁଁ। ଆମ ଦୁଇ ଦେଶର ସମ୍ପର୍କ ବିଶ୍ୱ ଶାନ୍ତି  ପାଇଁ ଉଦାହରଣ ହେବ। ଚୀନ ଓ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ବନ୍ଧ ବହୁ ପୁରୁଣା। ଏହାକୁ ନେଇ ଚୀନ ରାଷ୍ଟ୍ରପତି କହିଥିଲେ ଭାରତ ଓ ଚୀନ ପଡ଼ୋଶୀ ଅଟନ୍ତି ଏବଂ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ୱାଗତରେ ଅଭିଭୂତ ହୋଇଯାଇଛି। ଏହି ବୈଠକ ପରେ ଆମର ସମ୍ବନ୍ଧ ଆହୁରି ସୁନ୍ଦର ହୋଇଛି।

ସେହିପରି ଗତକାଲି ମଧ୍ୟ ଉଭୟଙ୍କ ମଧ୍ୟରେ ଅନୌପଚାରିକ ବୈଠକ ହୋଇଥିଲା। ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ମହାବଳିପୁରମ‌୍‍ ଐତିହାସିକ ସ୍ଥାନରେ ପରିଦର୍ଶନ କରିଥିଲେ। ପରେ ରାତ୍ର ଭୋଜନରେ ଉଭୟଙ୍କ ମଧ୍ୟରେ ପାଖାପାଖି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ କଥା ବାର୍ତ୍ତା ଚାଲିଥିଲା।