ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କୁରେମାଲସ୍ଥିତ ପି ଡବ୍ଲୁ ଡି ଆଇବିଠାରେ ‘ଓଡିଶା ମୋ ପରିବାର’ – ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁକୂଲ୍ୟରେ ସୋମବାର ଏକ ରାକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୋଟ ୭୦ଟି ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତ ଭଣ୍ଡାରକୁ ପ୍ରଦାନ କରାଯାଇଛି। ଏଥିରେ ବିଜେଡିର ଦଳୀୟ କର୍ମୀଙ୍କ ସମେତ ସ୍ୱେଚ୍ଛାସେବୀମାନେ ସାମିଲ ରହି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ। ବିଜେଡ଼ିର ଜିଲ୍ଲା ସାଧାରଣ ସମ୍ପାଦକ ତଥା ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ତ୍ରିନାଥ ଗୁଆଲ, ଲଖନପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ପ୍ରଧାନ, ଲଖନପୁର ବିଜେଡିର ବ୍ଲକ ସଭାପତି ରବିରତ୍ନ ପ୍ରଧାନ, ରାଜେନ୍ଦ୍ର ପ୍ରସାଦ ସାହୁ, ସଞ୍ଜିତ ପ୍ରଧାନ, ପ୍ରମୋଦ ଗଡ଼ତିଆ, ପିତାମ୍ବର ମିଶ୍ର ଓ ନରେଶ ଖମାରୀଙ୍କ ସହ ବିଜେଡ଼ି କର୍ମୀ ଏବଂ ରେଙ୍ଗାଲି ପୁଲିସ କର୍ମଚାରୀ ଶିବିର ଆୟୋଜନରେ ଅଂଶ୍ର ଗ୍ରହଣ କରିଥିଲେ। ସେହିପରି ଝାରସୁଗୁଡ଼ା ଜିଲ୍ଲା ବ୍ଲଡ ବ୍ୟାଙ୍କ ଅଧିକାରୀ ଡା. ଶିଳବନ୍ତୀ ଜୋଜୋ, ପ୍ରମୋଦ ସା, ଭବାନୀ ଶଙ୍କର ସୁନ୍ୟାନି, କିରନ ସାହୁ, ପ୍ରକାଶ ପଣ୍ଡା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।