ଜୀବନ ବିନ୍ଦୁ କାର୍ଯ୍ୟକ୍ରମ , ୪୧ ୟୁନିଟ୍ ରକ୍ତ ସଂଗ୍ରହ

ଗୋଛାପଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ କାର୍ଯ୍ୟାଳୟରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ଯୁବ ବିଜେଡି ସଭାପତ ବିଷ୍ଣୁଚରଣ ମଲ୍ଲିକଙ୍କ ତତ୍ୱାବଧାନରେ ଏହି ରକ୍ତଦାନ ଶିବିରକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଫିରିଙ୍ଗିଆ ବ୍ଲକ୍ ଅଧ୍ୟକ୍ଷା ଲାଲ୍ନନ୍ଦ ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାରତୀ ମଲ୍ଲିକ, ଗୋଛାପଡ଼ା ସରପଞ୍ଚ ସୌମିତ୍ରୀ କହଁର , ପୂର୍ବତନ ସରପଞ୍ଚ ଶରତ କହଁର, ବ୍ଲକ ଛାତ୍ର ସଭାପତି ହେମନ୍ତ ନାଏକ, ଶୁଶାନ୍ତ ନାୟକ, ଅଜୟ କହଁର, ବିଦ୍ୟାଧର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ରକ୍ତଦାନ ଶିବିରରେ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏଥିରେ ଅନେକ ଅଞ୍ଚଳବାସୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡ଼,ଜୟଦେବ ଘୋଷଙ୍କ ସମେତ ଡ଼.ସଚିକାନ୍ତ ପ୍ରଧାନ, ଗୋଛାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ.ଏସ୍ ପରବିନ୍, ଶରତଚନ୍ଦ୍ର ଭଟ୍ଟ , ଲକ୍ଷ୍ମୀକାନ୍ତ ମଣ୍ଡଳ, ବରୁଣ ବେହେରା, ଜଗନ୍ନାଥ ଗଉଡ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।