ବିଜେପି ଫେକ୍ଟ ଫାଉଣ୍ଡିଙ୍ଗ କମିଟିର ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିଜେପିର ଏକ ଫେକ୍ଟ ଫାଉଣ୍ଡିଙ୍ଗ ଟିମ ବୁଧବାର ଝାରସୁଗୁଡ଼ା ଶିଳ୍ପାଞ୍ଚଳ ପରିଦର୍ଶନ କରି ଶିଳ୍ପ ପ୍ରଦୂଷଣଜନିତ ସମସ୍ୟାର ଅନୁଧ୍ୟାନ କରିଛି। ତାପଜ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ହେଉଥିବା ପାଉଁଶ ଜନିତ ପ୍ରଦୂଷଣକୁ ନେଇ ବିଜେପି ନେତୃ ମଣ୍ଡଳୀ ଉଦବେଗ ପ୍ରକାଶ କରିଛନ୍ତି। ନୀତି ନିୟମର ଉଲ୍ଲଙ୍ଘନ କରି ପାଉଁଶ ପରିଚାଳନା ତଥା ଆଶ ପଣ୍ଡ ନିର୍ମାଣ କରାଯାଉଥିବାରୁ ଏହା ବିରୋଧରେ ରାଜ୍ୟ ବିଜେପି ଆଗାମୀ ଦିନରେ ସମସ୍ତ ଫରୋମରେ ଲଢ଼େଇ କରିବା ସହ ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରିବ ବୋଲି ନିଜ ପ୍ରତିକ୍ରିୟାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି। ପରିଦର୍ଶନ କରିଥିବା ଟିମରେ ରେଙ୍ଗାଲୀ ବିଧାୟକ ନାଉରୀ ନାୟକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ, ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ରାଧେଶ୍ୟାମ ପ୍ରଧାନ ଓ ଶ୍ଳୋକ ଶରନ ପ୍ରମୁଖ ଉପସ୍ଥିତ ଥିଲେ।