ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଘର ଭାଙ୍ଗିଲେ ରେଳବାଇ କର୍ତ୍ତୃପକ୍ଷ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ରେଳ ବିଭାଗର ଏକ ପରିତ୍ୟକ୍ତ ଘରେ ଗତ ୬ ତାରିଖ ଦିନ ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଦୁଷ୍କର୍ମ କରିଥିଲେ। ଏହି ଘଟଣାର ଭିଡିଓ ଭଇରାଲ ହେବାପରେ ଝାରସୁଗୁଡାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ପରିତ୍ୟକ୍ତ କୋଠା ଗୁଡିକୁ ଭାଙ୍ଗିବା ପାଇଁ ଦାବି କରାଯାଇଥିଲା। ଲୋକଙ୍କ ଦାବିକୁ ତଥା ଜନ ସାଧାରଣଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଆଜି ରେଳବାଇ କର୍ତ୍ତୃପକ୍ଷ ଝାରସୁଗୁଡା ବସଷ୍ଟାଣ୍ଡ ଫଛପଟେ ଥିବା ପରିତ୍ୟକ୍ତ କୋଠାକୁ ଭାଙ୍ଗିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ରେଳବାଇର ଏହି ପୂରୁଣା କୋଠାଗୁଡିକ ପରିତ୍ୟକ୍ତ ଅବସ୍ଥାରେ ବହୁ ଦିନରୁ ପଡିରହିଥିବାରୁ ଏହା ଅପରାଧୀମାନଙ୍କ ପେଣ୍ଠସ୍ଥଳୀ ପାଲଟିଥିଲା। ବିଭିନ୍ନ ସମୟରେ ଆସମାଜିକ ଲୋକେ ଏହି ସ୍ଥାନରେ ଚୋରୀ ଡକାୟତି, ଜୁଆ କାରବାରରେ ଲିପ୍ତ ରହିବା ସହ ଏହି ରସ୍ତାଦେଇ ଯାତାୟାତ କରୁଥିବା ସାଧାରଣ ଲୋକଙ୍କଠାରୁ ଲୁଟ୍ କରୁଥିଲେ। ତେବେ ରେଳବାଇ ପକ୍ଷରୁ ଏହି ପରିତ୍ୟକ୍ତ ଘରଗୁଡିକୁ ଆଜି ଭାଙ୍ଗି ଦିଆଯାଇଥିବାରୁ ଏଠାରେ ଅପରାଧିକ କାର୍ଯ୍ୟକଳାପ ଉପରେ ଲଗାମ ଲାଗିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।