ଲଖପୁର ତହସିଲ ପକ୍ଷରୁ ଆରମ୍ଭ ହେଲା ରାଜସ୍ୱ ରଥ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା କାଳରେ ବି ଲୋକଙ୍କ ନିକଟରେ ରାଜସ୍ୱ ସେବା ପହଞ୍ଚାଇବା ପାଇଁ ଲଖନପୁର ତସହିଲ ପକ୍ଷରୁ ରାଜସ୍ୱ ରଥ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କରୋନା କଟକଣା ଯୋଗୁଁ ଲୋକେ ତହସିଲ କାର୍ଯ୍ୟାଳୟକୁ ଆସି ପାରୁନାହାଁନ୍ତି। ଫଳରେ ଲୋକଙ୍କ ନିକଟରେ ସେବା ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ତହସିଲଦାର ତଥା ରାଜସ୍ୱ ବିଭାଗର କର୍ମଚାରୀମାନେ ଗାଁ ଗାଁ ବୁଲି ଲୋକଙ୍କ ପାଖକୁ ସେବା ପହଞ୍ଚାଉଛନ୍ତି। ଲୋକଙ୍କ ପାଖରୁ ରାଜସ୍ୱ ବିଭାଗ ସହିତ ସମ୍ପର୍କିତ ଆବେଦନ, ଦସ୍ତାବିଜ, ମ୍ୟୁଟେସନ ସଂଗ୍ରହ କରିବାସହ ଆରଓଆର ଏବଂ ବିଭିନ୍ନ ସାର୍ଟିଫିକେଟ ବଣ୍ଟନ କରୁଛନ୍ତି। ଏହି ରାଜସ୍ୱ ରଥ ଆରମ୍ଭ ହେବାଦ୍ୱାରା ଲୋକେ ଘରେ ସୁରକ୍ଷିତ ରହିବାସହ ରାଜସ୍ୱ ବିଭାଗ ସମ୍ପର୍କିତ ସେବା ସୁବିଧାରେ ପାଇପାରୁଛନ୍ତି। ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ରଥର ଆରମ୍ଭ କରାଯାଇ ଲୋକଙ୍କ ପାଖକୁ ସେବା ପହଞ୍ଚାଯାଉଛି ବୋଲି ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେ କହିଛନ୍ତି।