ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରମୋଦ କୁମାର ଷଡ଼ଙ୍ଗୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଇଏସ ପ୍ରମୋଦ କୁମାର ଷଡ଼ଙ୍ଗୀ ଆଜି ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଷଡଙ୍ଗୀ ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟଭାର ତୁଳାଇ ଆସୁଛନ୍ତି। ତେବେ ଗତ ରବିବାର ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡାଙ୍କର କରୋନାରେ ଦେହାନ୍ତ ପରେ ଆଜି ଶ୍ରୀ ଷଡ଼ଙ୍ଗୀ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ବିିଇଓ ସଦାନନ୍ଦ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଡମ୍ବରୁଧର ପୂଜାରୀ, ଜ୍ଞାନ ରଞ୍ଜନ ମିଶ୍ର, ପଦୀପ ନାଏକ ପ୍ରମୁଖ ଉପସ୍ଥିତ ରହି ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କୁ ସ୍ୱାଗତ କରିଥିଲେ।