ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ପକ୍ଷରୁ ଅକ୍ସିଜେନ ସେବାକେନ୍ଦ୍ର ଆରମ୍ଭ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ଓ ଖିଦମତ କମିଟି ପକ୍ଷରୁ ନିଃଶୁଳ୍କ ଅକ୍ସିଜେନ ସେବାକେନ୍ଦ୍ର ଆରମ୍ଭ କରାଯାଇଛି । ଆଜି ସୁଶ୍ରୀ ଦିପାଲି ଦାସ ଏହି କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଅକ୍ସିଜେନ ଆବଶ୍ୟକ କରୁଥିବା କରୋନା ଆକ୍ରାନ୍ତମାନେ ମାଗଣାରେ ଏଠାରୁ ଅକ୍ସିଜେନ ନେଇପରିବେ। ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ୯୯୩୮୭୭୦୯୯୫, ୮୦୯୩୪୫୨୩୪୧, ୯୪୩୭୧୯୮୨୮୬, ୭୮୯୪୯୯୯୯୭୪ ୪ଟି ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ ଯୋଗାଯୋଗ କରି କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ ନେଇ ପରିବେ। ଆଜି ଏହି ନିଶୁଳ୍କ ଅକ୍ସି ଜେନସେବାକେନ୍ଦ୍ର ଆରମ୍ଭ ଅବସରରେ ଖିଦମତ କିମିଟିର ଡାଇରେକ୍ଟର ନାସିର ଗୁଡ୍ଡୁ କହିଛନ୍ତି ଅକ୍ସିଜେନ ବିତରଣ ପାଇଁ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ପକ୍ଷରୁ ଖିଦମତ କମିଟି କୁ ଦାୟିତ୍ୱ ପ୍ରଦାନ କରାଯାଇ ଥିବାରୁ ଆମେ ଗର୍ବିତ। ଝାରସୁଗୁଡାବାସୀ ନିଶ୍ଚିତ ଭାବରେ ଏହାଦ୍ୱାରା ଉପକୃତ ହୋଇପାରିବେ। ଆଜି ଏହି ଉଦ୍ଘାଟନୀ ଉତ୍ସବରେ ରାଜୁ କୁରେସି, ପିଣ୍ଟୁ ପାଢ଼ୀ, ଏସକେ କଲିମ, ଶେଖ ସକିଲ କାଦିର, ସୋନୁ ଯାଦବ, ଏମଡି ସୁଲତାନ, ଏମଡି ୱସିର, ଏସକେ ଫିରୋଜ, ସକିଲ ଖାନ, ରୁବିନା ଖାନ, ଶେଖ ମୁସ୍ତାଫା, ଜୟପ୍ରକାଶ କୁଆଁର, ଏସକେ ଜାହିଦ, ମନସୁର ଅଳି, ଜ୍ୟୋତି ଶଙ୍କର ନନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ।