ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସୁପରିଚାଳନ ପାଇଁ ପରାମର୍ଶ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଜି ଝାରସୁଗୁଡା ଜିଲ୍ଲା ଡିଆରଡିଏ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିନିଧି ଜଗନ୍ନାଥ ଜେନା, ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଝାରସୁଗୁଡ଼ା ଜିଲ୍ଲା ପରିଷଦ ସଭାପତି ଲକ୍ଷ୍ମୀନାରାୟଣ ପଟେଲ, ସମସ୍ତ ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ବିଡିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଥିରେ ଜିଲ୍ଲାରେ ଗତ ୨୦୨୦ବର୍ଷରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ବର୍ତ୍ତମାନ ଚାଲିଥିବା ଓ ଆଗାମୀ ଦିନରେ ହେବାକୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଛି। ବିଶେଷ ଭାବରେ କୃଷି, ରାସ୍ତା, ଉଠା ଜଳସେଚନ, ଏମଆଇ, ଉଦ୍ୟାନ କୃଷି, ଆରଡବ୍ଲୁଏସଏସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭୂମିହୀନଙ୍କୁ ପ୍ରମାଣପତ୍ର ତଥା ଜମି ପ୍ରଦାନସହ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସଠିକ ସମୟରେ କରିବା ପାଇଁ ସାସଂଦ ଶ୍ରୀ ପୂଜାରୀ ଓ ବିଧାୟକ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।