ଝାରସୁଗୁଡା,ଏନ୍ଏନ୍ଏସ୍: ଚଳିତବର୍ଷ ବାଣ ନଫୁଟାଇ ଦୀପାବଳି ପାଳନ ପାଇଁ ବେଲପାହାଡ ପୌରପରିଷଦ ପକ୍ଷରୁ ଆଜି ଏକ ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଛି। କରୋନା ମହାମରାରୀକୁ ପ୍ରତିହତ କରିବା ପାଇଁ ନିଡାମ୍ବରରେ ଦୀପାବଳି ପାଳନ କରିବା, ବାଣ ନଫୁଟାଇବା, ବିକ୍ରୟ ନକରିବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି।
ଏହାସହ ସରକାରଙ୍କ ସମସ୍ତ ନିତୀ ନିୟମକୁ ପାଳନ କରିବା ସହ, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ହାତ, ମୁହଁ ଧୋଇବା, ଜ୍ୱାର, କାଶ ଅବା ଥଣ୍ଡା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ ବିଷୟରେ ଲୋକଙ୍କୁ ଅବଗତ କରାଯାଇଛି। ଏହି ଅବସରରେ ବେଲପାହାଡ ପୌରପରିଷଦର କାର୍ଯନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ, ଗୁରୁଦେବ ପ୍ରଧାନ, ଟିଆରଏଲ କ୍ରୋସାକିର ଜନ ସମ୍ପର୍କ ଅଧିକାରୀ ସନ୍ତୋଷ ମିଶ୍ର, ଶଶାଙ୍କ ଦିକ୍ଷିତ, ପୂର୍ବତନ କାଉନସିଲର ରଞ୍ଜିତା ବିଶ୍ୱାଳ ପ୍ରମୁଖଙ୍କ ସହ ବିଭିନ୍ନ ଏସଏଚଜି ଗ୍ରୁପର ମହିଳାମାନେ ଉପସ୍ଥିତ ଥିଲେ।