କଣ୍ଟେନମେଣ୍ଟ ଜୋନରେ ଖାଦ୍ୟ ଓ ପାନୀୟ ଯୋଗାଇବା ପାଇଁ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ପୁରୁଣାବସ୍ତିର କଂସାରୀପଡ଼ା ଓ ବାଳିକା ସ୍କୁଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ତେବେ ଏହି ଅଞ୍ଚଳରେ ଖାଦ୍ୟ ପାନୀୟ ତଥା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ପ୍ରଶାସନ ପକ୍ଷରୁ ଅବହେଳା କରାଯାଉଥିବା ଅଞ୍ଚଳବାସୀ ଦାବି କରିଛନ୍ତି। କଣ୍ଟେନମେଣ୍ଟ ଜୋନରେ ପ୍ରାୟ ୫ ଶହରୁ ଊର୍ଦ୍ଧ ପରିବାର ଥିଲେ ହେଁ ସେଠାରେ ଖାଦ୍ୟ ପାନୀୟ ପରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉ ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସେମାନଙ୍କ ସମସ୍ୟାର ସମାଧାନ କରାଯାଉ ବୋଲି ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।