ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଯୁବକ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜୈନିକ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଛତିଶଗଡ଼ର ବିଳାସପୁର ଅଞ୍ଚଳର ଅଭିଯୁକ୍ତ ରୋହିତ ଶର୍ମା (୩୭) ଝାରସୁଗୁଡା ସହରର ପୁରୁଣା ବସ୍ତି ଶୁଖୁଆ ଗୋଦାମ ଅଞ୍ଚଳରେ ଏକ ଭଡାଘରେ ରହୁଥିବାବେଳେ ସ୍ଥାନୀୟ ଜଣେ ଯୁବତୀଙ୍କ ସହିତ ପରିଚିତ ହୋଇଥିଲା। ଏହାପରେ ସେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ। ଯୁବତୀଙ୍କ ସହ କଥାହେବାସହ ଭିଡିଓ ଚାଟିଂ ମଧ୍ୟ କରୁଥିଲେ।  ଏହି ସମୟରେ ଯୁବତୀଙ୍କ କେତେକ ଫଟୋ ସ୍କ୍ରିନସଟ କରି ହ୍ୱାଟସପ ଗୃପରେ ଭାଇରାଲ କରିଥିବା ନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିଲା।