ପୁଣି ୩୪ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦କୁ ବୃଦ୍ଧି ପାଇଛି। ତେବେ ଆଜି ଚିହ୍ନଟ ହୋଇଥିବା ୩୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରଘୁନାଥପାଲି କଣ୍ଟେନମେଣ୍ଟ ଜୋନରୁ ୨୩ ଜଣ, ଲଇକେରାରୁ ୨ ଜଣ, ବ୍ରଜରାଜନଗର ଓପିଏମ କ୍ୱାରେଣ୍ଟାଇନ ସେଣ୍ଟରରୁ ଜଣେ, ବ୍ଲାକ ଡାଇମଣ୍ଡ କ୍ୱାରେଣ୍ଟାଇନ ସେଣ୍ଟରରୁ ୩ ଜଣ, ଦୁର୍ଗାନଗରରୁ ଜଣେ, ଲଖନପୁର ବ୍ଲକ କୁଡାଲୋଇ ବିଜିଆର କ୍ୱାରେଣ୍ଟାଇନ ସେଣ୍ଟରରୁ ୨ ଜଣ ଓ ଅଢାପରାରୁ ଜଣେ, ଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ରଘୁନାଥପାଲି ପଞ୍ଚାୟତକୁ ଆଜିଠାରୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ସେହିପରି ଲାଇକେରା କଣ୍ଟେନମେଣ୍ଟ ଅଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ସରପଞ୍ଚ ସୁଶୀଲ କୁମାର କିଶାନ ପଞ୍ଚାୟତକୁ ୬୦ ଘଣ୍ଟାପାଇଁ ସଟଡାଉନ ଘୋଷଣା କରିଛନ୍ତି।