ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଲାବିରା ଅଂଚଳରୁ ଝାରସୁଗୁଡ଼ା ସହରକୁ ଚାଲାଣ ହେଉଥିବା ୨୦କେଜି ୬୫୦ ଗ୍ରାମ ଗଞ୍ଜେଇ ପୁଲିସ ଜବତ କରିଛି। ଆଉ ଏଥିରେ ସମ୍ପୃକ୍ତ ଥିବା ୩ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଣ୍ଡିକିମାଲ ଗ୍ରାମର ନିର୍ମଲ ପଟେଲ, ପୋଖରାସାଲ ଗ୍ରାମର ସୀତାରାମ ସାହୁ, ଜମେରା ଗ୍ରାମର ଜିତେନ୍ଦ୍ର ରୋହିଦାସ। ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳେ କୋଲାବିରା ଅଂଚଳରୁ ଅଭିଯୁକ୍ତମାନେ ଏକ ପଲସର୍ ୨୨୦ ବାଇକରେ ଗଞ୍ଜେଇ ନେଇ ଆସୁଥିବାବେଳେ ବଢ଼େଇମୁଣ୍ଡା ଇଞ୍ଜିନିୟରିଂ ସ୍କୁଲ ସମ୍ମୁଖରେ ପୁଲିସ ହାତରେ ଧରା ପଡ଼ିଥିଲେ। ଅତିରିକ୍ତ ତହସିଲଦାର ଯୋବିତା ତିର୍କୀଙ୍କ ଉପସ୍ଥିତିରେ ପୁଲିସ ଗଞ୍ଜେଇ ଜବତ କରବା ସହ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।