ବିଜେପି ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ପକ୍ଷରୁ ମାସ୍କ ବଂଟନ

ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନା ମୁକାବିଲା ପାଇ ସାମାଜିକ ଦୁରତା ରକ୍ଷା କରିବା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ସରକାର ଅନୁରୋଧ କରିଛନ୍ତି । କରୋନାକୁ କବଳରୁ ରକ୍ଷା ପାଇବାକୁ ହେଲେ ସାମାଜିକ ଦୂରତା ରକ୍ଷା ଓ ମାସ୍କର ବ୍ୟବହାର ନିତ୍ୟାନ୍ତ ଆବଶ୍ୟକ। ତେଣୁ ଗରିବ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ବ୍ରଜରାଜନଗର ମଣ୍ଡଲ ପକ୍ଷରୁ ମାସ୍କ ତିଆରି କରାଯାଉଛି। ଏପର୍ଯ୍ୟନ୍ତ ୫୦୦ ମାସ୍କ ବଂଟନ କରାଯାଇଥିବାବେଳେ ୧ ହଜାର ମାସ୍କ ତିଆରି କରି ବଂଟନ କରାଯିବ ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ମାସ୍କ ତିଆରି ପାଇଁ କପଡ଼ା ଓ ଆର୍ଥିକ ସହାୟତା ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି।