ଓପିଜିସିର ରେଳ ଲାଇନ ନିର୍ମାଣ କାର୍ଯ୍ୟକୁ ଜାମକାନୀବାସୀଙ୍କ ବିରୋଧ ଜିଲ୍ଲା By Nitidin On Jun 17, 2020 Share ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ପୌରାଂଚଳ ଜାମକାନି ଗ୍ରାମ ଦେଇ ବନହରପାଲି ସ୍ଥିତ ଓଡିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)କୁ ନିର୍ମାଣଧୀନ ରେଳ ଲାଇନ କାର୍ଯ୍ୟକୁ ଆଜି ଜାମକାନୀ ଗ୍ରାମବାସୀ ଦୃଢ଼ ବିରୋଧ କରିଛନ୍ତି । ସେମାନେ ରେଳ ଲାଇନ ନିର୍ମାଣସ୍ଥଳୀକୁ ଆସି ସମସ୍ତ କାମକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ପ୍ରଥମେ ଗ୍ରାମବାସୀଙ୍କ ଦାବି ପୂରଣ କରାଯାଉ ପରେ ରେଳ ଧାରଣ ନିର୍ମାଣ ହେଉ ବୋଲି ସେମାନେ କହିଛନ୍ତି। ଓପିଜିସିର ତୃତୀୟ ଏବଂ ଚତୁର୍ଥ ୟୁନିଟ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମନୋହରପୁର ଠାରୁ ଓପିଜିସିକୁ କୋଇଲା ପରିବହନ ପାଇଁ ଏହି ରେଳ ଲାଇନ ନିର୍ମାଣ କରାଯାଉଛି । ହେଲେ ଏହାଦ୍ୱାରା ଜମି ହରାଉଥିବା ତଥା ପ୍ରଭାବତି ହେଉଥିବା ଜାମକାନି ନୂଆପଡାର ଅଧିକାଂଶ ଲୋକଙ୍କୁ ନିଯୁକ୍ତି, କ୍ଷତିପୂରଣ ଆଦି ପ୍ରଦାନ କରାଯାଇ ନାହିଁ। ରେଳ ଧାରଣା ତିଆରି ଶେଷ ହୋଇ ଗଲେ ଏହି କ୍ଷତିଗ୍ରସ୍ତମାନଙ୍କୁ କମ୍ପାନୀ କର୍ତୁପକ୍ଷ କ୍ଷତି ପୂରଣ ବା ନିଯୁକ୍ତି ପ୍ରଦାନ କରିବେ ନାହିଁ। ତେଣୁ ପ୍ରଥମେ ଦାବି ପୂରଣ ପରେ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଦାବି କରି ଗ୍ରାମବାସୀମାନେ ରେଳ ଲାଇନ ନିର୍ମାଣସ୍ଥଳରେ ଆନ୍ଦୋଳନ କରିଥିଲେ। ଘଟଣାସ୍ଥଳକୁ ଝାରସୁଗୁଡା ଉପ ଜିଲ୍ଲାପାଳ ଶିବ କୁମାର ଟପ୍ପୋ, ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେ, ଓପିଜିସି ଅଧିକାରୀ ବେଳପାହାଡ଼ ପୁଲିସ, ବନହରପାଲି ପୋଲିସ ପହଂଚି ବିକ୍ଷୋଭକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ବିକ୍ଷୋଭକାରୀମାନେ ନିଜ ଦାବିରେ ଅଟଳ ରହିବାରୁ ୨୦ରୁ ଉର୍ଦ୍ଧ ମହିଳା ଏବଂ ପୁରୁଷଙ୍କୁ ପୁଲିସ ଅଟକ ରଖିଥିବାବେଳେ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଜାରି ରହିଛି। ପ୍ରାକଶ ଯେଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲାର ମୋନହରପୁର ଖଣିରୁ ବନହରପାଲି ଓପିଜିସି ପ୍ଲାଣ୍ଟର ୟୁନିଟ ୩ୟ ଓ ୪ର୍ଥ ପ୍ରକଳ୍ପ ପାଇଁ ରେଳ ଧାରଣା କାର୍ଯ୍ୟ ଜାରି ରହିଛି । ଏମସିଏଲ ପକ୍ଷରୁ କ୍ଷତିଗ୍ରସ୍ତ ଜାମକାନୀବାସୀଙ୍କ ନିଯୁକ୍ତି, ଜମି ବାଦଦକୁ କ୍ଷତିପୂରଣ ଆଦି ଅନେକ ସମସ୍ୟା ଦୀର୍ଘ ବର୍ଷରୁ ସମାଧାନ ହୋଇନଥିବାବେଳେ ପୁଣି ଏକ ପ୍ରକଳ୍ପର ନିର୍ମାଣକୁ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ତେବେ ଜିଲ୍ଲା ପ୍ରଶାସନ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତେ ଜମି ଅଧିଗ୍ରହଣ ପାଇଁ ସର୍ବଦା ଉଦ୍ୟମ କରୁଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ପୂର୍ବ ପୁରୁଷଙ୍କ ଅର୍ଜିତ ଏହି ଜମିଗୁଡ଼ିକୁ ଜୀବନ ଦେବୁ ହେଲେ କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚିତ କ୍ଷତିପୂରଣ ସହିତ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନ ମିଳିବା ଯାଏଁ ଜମି ଛାଡ଼ିବୁ ନାହିଁ ବୋଲି ଗ୍ରାମବସୀ ପକ୍ଷରୁ ଏମସିଏଲ ଓ ଓପିଜିସକୁ ଚେତାବନୀ ଦିଆଯାଇଛି। Share