ବିଦ୍ୟୁତ ଆଘାତରେ ଦୁଇ ଗୁରୁତର

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଂଚଗାଁ’ ଗ୍ରାମପଂଚାୟତ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ବିଦ୍ୟୁତ ଆଘାତରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମିସ୍ତ୍ରୀ ଦ୍ୱୟ ହେଲେ ଇଦୁଲ ମହମ୍ମଦଙ୍କ ପୁଅ ସାୟଦ ଅଲ୍ଲୀ (୩୨) ଓ କନଳ ସେଖଙ୍କ ପୁଅ ଜାହାଙ୍ଗିର ଶେଖ (୨୨)। ସେମାନେ ମୁର୍ସିଦାବାଦ ଜିଲ୍ଲାର ରଘୁନାଥଗଞ୍ଜ ଥାନା ଅନ୍ତର୍ଗତ କିସନାସେଲ ଗାଁ’ର ବୋଲି ଜଣାପଡିଛି। ଉଭୟଙ୍କୁ ୧୦୮ ଯୋଗେ ପ୍ରଥମେ ଲଖନପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ରେଙ୍ଗାଲୀ ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ରେଙ୍ଗାଲି ଗାଁ’ର ଜଣେ ବ୍ୟକ୍ତିଙ୍କ ଘର ଛାତ କଂକ୍ରିଟ ଢଳେଇ କରିବା ପାଇଁ ଲୁହା ଛଡ଼ ବନେ୍ଧଇ କରୁଥିବା ବେଳେ ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ମିସ୍ତ୍ରୀ ଦ୍ୱୟ ଗୁରୁତର ଆହତ ହୋଇଥିଲେ ।